ଶୀତ ଋତୁରେ ପର୍ଯ୍ୟଟକଙ୍କ ମନ ଜିଣୁଛି କେନ୍ଦୁଝରର କଶ୍ମୀର ‘ଦରଗୁଡ଼ିଶିଳା’

କୋଳିମାଟି,୮ା୧୨:(ଡି.ଏନ୍‌.ଏ.): ବଣ ପାହାଡ଼ ଘେରା କେନ୍ଦୁଝର ଜିଲାର ପ୍ରାକୃତିକ ପରିବେଶ ବେଶ ମନୋରମ। ବିଶେଷ କରି ଶୀତ ଋତୁର ଆଗମନରେ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳଗୁଡ଼ିକରେ ପ୍ରାକୃତିର ଅପୂର୍ବ ସୌନ୍ଦର୍ଯ୍ୟ ଦେଖିବାକୁ ମିଳେ। ଏଭଳି ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବା ଏଠାକାର କଶ୍ମୀର ଭାବେ ପରିଚିତ ଆନନ୍ଦପୁର ଉପଖଣ୍ଡର ‘ଦରଗୁଡ଼ିଶିଳା’ ଶୀତ ଋତୁର ଆଗମନରେ ସଜେଇ ହୋଇସାରିଛି। ଦରଗୁଡ଼ିଶିଳା ବୈତରଣୀ ନଦୀ ଶଯ୍ୟାରେ ପାହାଡ଼ ଜଙ୍ଗଲ ଘେରା ପରିବେଶ ମଧ୍ୟରେ ରହିଛି। ଏହା ପର୍ଯ୍ୟଟକଙ୍କୁ ବିଶେଷଭାବେ ଆକର୍ଷିତ କରିପାରୁଛି। ବଣଭୋଜି ପାଇଁ ଏଠାକୁ ଜିଲା ଓ ଜିଲା ବାହାର ଅଞ୍ଚଳରୁ ପର୍ଯ୍ୟଟକମାନଙ୍କ ଗହଳି ଲାଗୁଥିବା ଦେଖିବାକୁ ମିଳୁଛି।