Categories: ଖେଳ

ଶୀର୍ଷ ସ୍ଥାନ ବଜାୟ ରଖିଲେ ଓସାକା

ରୋମ,୧୭ା୫(ଏଏଫ୍‌ପି)- ଜାପାନର ନାଓମି ଓସାକା ଗୁରୁବାର ଦୁଇଟି ମ୍ୟାଚ୍‌ ଜିତି ଇଟାଲିଆନ ଓପନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେ ୬-୩, ୬-୩ ସେଟ୍‌ରେ ମିହେଲା ବୁଜର୍ନେସ୍କୁଙ୍କୁ ହରାଇ ଦେଇଛନ୍ତି। ବିଜୟ ଲାଗି ଓସାକାଙ୍କୁ ଏକ ଘଣ୍ଟା ୧୮ ମିନିଟ୍‌ ଲାଗିଥିଲା। ପୂର୍ବରୁ ଡୋମିନିକା ସିବୁଲକୋଭାଙ୍କୁ ୪୨ ମିନିଟ୍‌ରେ ହରାଇଥିଲେ। ୨୧ ବର୍ଷୀୟ ଜାପାନିଜଙ୍କୁ ଶୀର୍ଷ ସ୍ଥାନ ବଜାୟ ରଖିବା ପାଇଁ ଅତିକମ୍‌ରେ ଚଳିତ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାର ଆବଶ୍ୟକତା ଥିଲା। ରୋମାନିଆ ସିମୋନା ହାଲେପ ୨ୟ ରାଉଣ୍ଡରେ ପରାସ୍ତ ହେବାରୁ ଓସାକାଙ୍କୁ ଏହି ସୁଯୋଗ ମିଳିଥିଲା। ସେ ପରବର୍ତ୍ତୀ ମ୍ୟାଚ୍‌ରେ ମାଡ୍ରିଡ୍‌ ଚାମ୍ପିୟନ କିକି ବର୍ଟେନ୍ସଙ୍କୁ ଭେଟିବେ।

Share