Categories: ଖେଳ

ଶୀର୍ଷ ସ୍ଥାନ ହରାଇଲେ ଶେଫାଳି

ଦୁବାଇ,୯।୩- ଆଇସିସି ମହିଳା ଟି୨୦ ବ୍ୟାଟ୍ସଓମେନଙ୍କ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଖେଳାଳି ଶେଫାଳି ବର୍ମା ଶୀର୍ଷ ସ୍ଥାନ ହରାଇଛନ୍ତି। ସେ ଦୁଇଟି ସ୍ଥାନ ତଳକୁ ଖସି ଆସି ୩ୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ସେ ମାତ୍ର ୨ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟ ଶେଷ ସୁଦ୍ଧା ଶେଫାଳି ୭୪୪ ପଏଣ୍ଟ ସହ ଶୀର୍ଷରେ ଥିଲେ। ମାତ୍ର ଫାଇନାଲରେ ୭୫ ରନ୍‌ କରିଥିବା ଅଷ୍ଟ୍ରେଲିଆନ ଓପନର ବେଥ ମୁନୀ ସର୍ବାଧିକ ୭୬୨ ପଏଣ୍ଟ ସହ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସେ ପୂରା ବିଶ୍ୱକପ୍‌ରେ ୬୪ ଆଭରେଜରେ ୨୫୯ ରନ୍‌ କରିଥିଲେ। ଏଥିଯୋଗୁ କ୍ୟାରିୟରରେ ପ୍ରଥମ ଥର ଲାଗି ସେ ଶୀର୍ଷ ମାନ୍ୟତା ପାଇଛନ୍ତି। ନ୍ୟୁଜିଲାଣ୍ଡର ସୁଜି ବାଟେ (୭୫୦ ପଏଣ୍ଟ) ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ସ୍ମୃତି ମନ୍ଧାନା ଓ ଜେମିମା ରୋଡ୍ରିଗୁଏଜ ଟପ୍‌-୧୦ରେ ରହିଛନ୍ତି। ଇଭେଣ୍ଟରେ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ମନ୍ଧାନା ସପ୍ତମ ଓ ରୋଡ୍ରିଗୁଏଜ ୯ମ ସ୍ଥାନରେ ରହିଛନ୍ତି।

Share