ଶୁଆକାଠି ଖଣି ଅଞ୍ଚଳରେ ଚଢ଼ାଉ: ମଦ କାରବାରରେ ସମ୍ପୃକ୍ତ ୪ ଗିରଫ

କେନ୍ଦୁଝର, ୨।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ପୋଲିସ ଗୁରୁବାର ଶୁଆକାଠି ଖଣି ଅଞ୍ଚଳରେ ଚଢ଼ାଉକରି ବହୁ ମଦ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୪ ଜଣଙ୍କୁ ପୋଲିସ ଗିରଫକରି ଶୁକ୍ରବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଶୁଆକାଠି ଗ୍ରାମର ଅଜୟ ମୁଣ୍ଡା, ରାମଚନ୍ଦ୍ର ଓରାମ, ସାତ ଘରିଆ ମୁଣ୍ଡା ଓ ଗୋବର୍ଦ୍ଧନ ଗ୍ରାମର ରଞ୍ଜନ ସାହୁ। କିଛିଦିନ ହେବ ସେମାନେ ବେଆଇନ ମଦ କାରବାର କରିଆସୁଥିଲେ। ଖବର ପାଇ ସଦର ଥାନା ଅଧିକାରୀ ସ୍ମୃତିରେଖା ପ୍ରଧାନ ସଦଳବଳ ଏହି ଚଢ଼ାଉ କରିଥିଲେ।ଶୁଆକାଠି ଖଣି ଅଞ୍ଚଳରେ ଚଢ଼ାଉ: ମଦ କାରବାରରେ ସମ୍ପୃକ୍ତ ୪ ଗିରଫ
କେନ୍ଦୁଝର, ୨।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ପୋଲିସ ଗୁରୁବାର ଶୁଆକାଠି ଖଣି ଅଞ୍ଚଳରେ ଚଢ଼ାଉକରି ବହୁ ମଦ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୪ ଜଣଙ୍କୁ ପୋଲିସ ଗିରଫକରି ଶୁକ୍ରବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଶୁଆକାଠି ଗ୍ରାମର ଅଜୟ ମୁଣ୍ଡା, ରାମଚନ୍ଦ୍ର ଓରାମ, ସାତ ଘରିଆ ମୁଣ୍ଡା ଓ ଗୋବର୍ଦ୍ଧନ ଗ୍ରାମର ରଞ୍ଜନ ସାହୁ। କିଛିଦିନ ହେବ ସେମାନେ ବେଆଇନ ମଦ କାରବାର କରିଆସୁଥିଲେ। ଖବର ପାଇ ସଦର ଥାନା ଅଧିକାରୀ ସ୍ମୃତିରେଖା ପ୍ରଧାନ ସଦଳବଳ ଏହି ଚଢ଼ାଉ କରିଥିଲେ।