Categories: ଫୁରସତ

ଶୁଆ ଶୁଣୁଛି ଗିଟାର

ମୁମ୍ବାଇ: ଶ୍ରୋତା ନ ଥିଲେ ଗୀତ ଗାଇବାର ମଜା ନ ଥାଏ। ଶ୍ରୋତାମାନଙ୍କ ଉପଭୋଗ ଆଉ କରତାଳିରେ ହିଁ ଗୀତ ଗାଇବାର ଏକ ଭିନ୍ନ ଆନନ୍ଦ ମିଳିଥାଏ। ତେବେ କେବଳ ମଣିଷମାନେ ଯେ ଶ୍ରୋତା ହୋଇପାରିବେ ଏକଥା ଭାବିବା ଭୁଲ୍‌। କାରଣ ଶୁଆ ବି ମଣିଷଙ୍କ ଭଳି ସୁନ୍ଦର ଶ୍ରୋତା ହୋଇପାରନ୍ତି। ଏମିତି ଏକ ଭିନ୍ନ ଅନୁଭବକୁ ଏବେ ସୋସିଆଲ୍‌ ମିଡିଆରେ ଶେୟାର କରିଛନ୍ତି ମୁମ୍ବାଇର ଗିଟାର ବାଦକ ଯତୀନ ତାଲୁକଦାର।
ଏବେ ଲକ୍‌ଡାଉନ୍‌ ସମୟରେ ବାହାରେ କୌଣସି ସ୍ଥାନରେ କାର୍ଯ୍ୟକ୍ରମ କରାଯାଉ ନ ଥିବାବେଳେ ଯତୀନ ତାଙ୍କ ଘରେ ବସି ଗିଟାର ବଜାଉଛନ୍ତି। ତେବେ ଗିଟାର ବଜାଇବା ସମୟରେ ଘରେ ଥିବା ଦୁଇଶୁଆ ଏବେ ତାଙ୍କର ମୁଖ୍ୟ ଶ୍ରୋତା ହୋଇଛନ୍ତି। ଗିଟାର ବଜାଇବା ସମୟରେ ଶୁଆ ଦୁଇଟି ଏତେ ଖୁସି ହୋଇଯାଉଛନ୍ତି ଯେ, ଯତୀନଙ୍କ ଉତ୍ସାହ ବହୁ ମାତ୍ରାରେ ବଢିଯାଉଛି ବୋଲି ସେ କହିଛନ୍ତି। ଯତୀନ ଗିଟାର ବଜାଇବା ମାତ୍ରେ ଶୁଆ ଦୁଇଟି ଯେଉଁଠି ଥିଲେ ବି ତାଙ୍କ ପାଖକୁ ଚାଲି ଆସୁଛନ୍ତି। ଲକ୍‌ଡାଉନ୍‌ ସମୟରେ ଏମାନେ ତାଙ୍କର ଦୁଇ ନୂଆବନ୍ଧୁ ହୋଇପାରିଛନ୍ତି। ସବୁଠୁ ବଡ଼ କଥା ହେଉଛି, ଏଭଳି ଦୁଇବନ୍ଧୁଙ୍କ ସହ ଗିଟାର ବଜାଇବାର ଏକ ଭିନ୍ନ ଅନୁଭୂତି ରହିଛି ବୋଲି ସେ କହିଛନ୍ତି। ସେଥିପାଇଁ ଗିଟାର ବଜାଇବାର ଏକ ଭିଜୁଆଲ ଏବେ ସେ ସୋସିଆଲ ମିଡିଆରେ ଶେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Share