ଭୁବନେଶ୍ୱର, ୨୧।୫(ବ୍ୟୁରୋ): ଶୁକ୍ରବାର ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିପାରନ୍ତି। ଏପରିକି ରାଜ୍ୟ ସରକାରଙ୍କ ସହ ବୈଠକ କରିବାର ସମ୍ଭାବନା ରହିଛି। ଏଥିପାଇଁ ଗୁରୁବାର ଭୁବନେଶ୍ୱର ଏୟାରପୋର୍ଟର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀମାନେ। ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି, ସିପି ସୁଧାଂଶୁ ଷଡ଼ଙ୍ଗୀ ଓ ଏଡିଜି ସୌମେନ୍ଦ୍ର ପ୍ରୟଦର୍ଶୀ ସୁରକ୍ଷା ସ୍ଥିତି ତଦାରଖ କରୁଛନ୍ତି । ତେବେ ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କିଛି ସୂଚନା ମିଳିନାହିଁ।