ଶୁକ୍ରବାର ଓଡ଼ିଶା ଆସିବେ ଗିରିରାଜ, ବାବୁଲ ସୁପ୍ରିୟୋ

ଭୁବନେଶ୍ୱର,୯।୧(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ଭାଜପା ପକ୍ଷରୁ ବିଭିନ୍ନ ସ୍ଥାନରେ ରାଲିର ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଓ ବାବୁଲ ସୁପ୍ରିୟୋ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ବାବୁଲ ବ୍ରହ୍ମପୁରରେ ଆୟୋଜିତ ହେବାକୁ ଥିବା ରାଲିରେ ଯୋଗଦେବେ। ସେହିଭଳି ଆସନ୍ତା ୧୧ ତାରିଖରେ ଗିରିରାଜ ସମ୍ବଲପୁରରେ ଆୟୋଜିତ ହେବାକୁ ଥିବା ରାଲିରେ ଉଦ୍‌ବୋଧନ ଦେବେ। ଦୁଇ ନେତାଙ୍କ ଓଡ଼ିଶା ଗସ୍ତ ନେଇ ଭାଜପା ମୁଖପାତ୍ର ଗୋଲକ ମହାପାତ୍ର ଗୁରୁବାର ସୂଚନା ଦେଇଛନ୍ତି।

Share