ଶୁକ୍ରବାର ଓଡ଼ିଶା ଆସୁଛନ୍ତି ଶାହା: ସନ୍ଧ୍ୟାରେ କର୍ମକର୍ତ୍ତାଙ୍କୁ ଭେଟିବେ

ଭୁବନେଶ୍ୱର,୨୭।୨(ବ୍ୟୁରୋ): ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏହି ଅବସରରେ ସେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷରେ ଜନସଚେତନତା ସୃଷ୍ଟି ପାଇଁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଶୁକ୍ରବାର ସନ୍ଧ୍ୟାରେ ସେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ସ୍ଥାନୀୟ ଏକ ହୋଟେଲରେ ଦଳୀୟ ଏମ୍‌ପି, ବିଧାୟକଙ୍କ ସମେତ ଜିଲା ସଭାପତିମାନଙ୍କୁ ଭେଟିଦଳର ସାଂଗଠନିକ ସ୍ଥିତି ଓ ଭବିଷ୍ୟତର ରଣନୀତି ଉପରେ ଆଲୋଚନା କରିବେ। ୨୦୦ରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କୁ ସେ ଭେଟିବେ ବୋଲି ଗୁରୁବାର ଭାଜପା ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି।

Share