Categories: ଜାତୀୟ

ଶୁଖିଲା ନଦୀରେ ତିଆରି ହେଉଥିଲା ପୋଲ: ଅଚାନକ ପାଣି ଆସିବାରୁ ଫଶିଗଲେ ଶ୍ରମିକ

ଭୋପାଳ,୧।୭: ମଧ୍ୟପ୍ରଦେଶରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବୁରହାନପୁରରେ ଥିବା ଏକ ଶୁଖିଲା ନଦୀ ଉପରେ ପୋଲ ତିଆରି କାମ ଚାଲୁଥିଲା। ଏହାରି ଭିତରେ ହଠାତ୍‌ ନଦୀରେ ପାଣି ଚାଲି ଆସିଥିଲା। ପାଣିର ଗତି ଏବେ ତୀବ୍ର ଥିଲା ଯେ ସେଠାରେ କାମ କରୁଥିବା ୭ ଜଣ କର୍ମଚାରୀ ବାହାରି ନ ପାରି ନଦୀରେ ଫଶିଯାଇଥିଲେ। ଏହାପରେ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଶ୍ରମିକମାନଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share