ଶୁଖିଲା ପଡିଛି ନଦୀ ଗର୍ଭ

ଧାମନଗର, ୫ା୨(ଡି.ଏନ.ଏ.)-ଧାମନଗର ବ୍ଲକରେ ନଦୀସଂସ୍କାର ଯୋଜନାରେ ସରକାର କୋଟିକୋଟି ଟଙ୍କା ବ୍ୟୟକରି ପୋତି ହୋଇ ପଡିଥିବା ବିଭିନ୍ନ ନଦୀର ସଂସ୍କାର କାର୍ଯ୍ୟ ହୋଇ ଚାଷୀମାନଙ୍କ ମନରେ ହସ ଫୁଟାଇଥିଲା। ପ୍ରଥମରୁ ଏହାକୁ ଚାଷୀକୂଳ ସ୍ବାଗତ କରିଥିବାବେଳେ ବର୍ତ୍ତମାନ ବର୍ଷା ଏବଂ ବନ୍ୟା ଜଳ ନଦୀରେ ବୋହିଯାଇ ସମୁଦ୍ରରେ ମିଶିଯାଉଥିବାରୁ ଚାଷୀକୂଳ ଉତ୍କଟ ମରୁଡିର ସମ୍ମୁଖୀନ ହେଉଛନ୍ତି। ଏହା ସହିତ ସରକାରଙ୍କଦ୍ୱାରା କୋଚିଳା ବ୍ୟାରେଜ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାବେଳେ ବ୍ୟାରେଜ ଜଳକୁ ତଳିଆ ଅଞ୍ଚଳରେ ଗଚ୍ଛିତ ପାଇଁ ଚାଷୀମାନଙ୍କ ଦାବି ଜୋରଦାର ହୋଇଛି। ଏହି ବ୍ଲକର ୧୦ଟି ପଞ୍ଚାୟତର ଚାଷୀଙ୍କ ଦ୍ୱାରା କୋଠାର ପଞ୍ଚାୟତ ବାଙ୍କସାହି ନିକଟରେ ରେବ ଏବଂ ବାଲିଚତିରି ନଦୀମୁହାଣରେ ଏକ ଆନିକଟ ପାଇଁ ଦାବି ଯୋର ଧରିଛି।
କୋଚିଳା ବ୍ୟାରେଜ ଜଳ, ଗୌରାଙ୍ଗପୁର ଏସକେପ ଏବଂ ମଲ୍ଲିମାହାରା ବନ୍ୟାଜଳ କେବଳ ଏହି ମୁହଁ ଦେଇ ସମୁଦ୍ର ଆଡକୁ ବୋହି ଯାଉଥିବାବେଳେ ରେବ ନଦୀ, ଜନ୍ତ ମାହାରା, ଫଳପୁର ମାହାରା ଏବଂ ହରିପୁର ଚେକଡ୍ୟାମ ଦେଇ ପ୍ରବାହିତ ଜଳକୁ ଗଚ୍ଛିତ ପାଇଁ ବିଭାଗ ଉଦ୍ୟମ କରିବାକୁ ହେଲେ ବାଙ୍କସାହି ନିକଟରେ ଏକ ସ୍ଲୁଇସଗେଟର ଏକାନ୍ତ ଆବଶ୍ୟକତା ରହିଛି। ଯାହା ଫଳରେ ବର୍ଷାଦିନ ପରେ ଏଠାରେ ଗେଟକୁ ପକାଇ ଜଳ ଗଚ୍ଛିତ ରଖିଲେ ପ୍ରାୟ ୧୦ ଗୋଟି ପଞ୍ଚାୟତରେ ଥିବା ରେବ ନଦୀ ଏବଂ ବାଲିଚିତିରି ନଦୀରେ ପାଣିକୁ ଅଟକ ରଖାଯାଇପାରିବ। ଖରାଦିନେ ଉକ୍ତ ନଦୀର ଦୁଇ ଧାରରେ ଥିବା ଉପର ମୁଣ୍ଡରେ ପ୍ରାୟ ୧୦ କି.ମି. ପର୍ଯ୍ୟନ୍ତ ନଦୀ ଗର୍ଭରେ ବର୍ଷା ଜଳ ଗଚ୍ଛିତ ହେଲେ ନଦୀର ଦୁଇଧାରରେ ହଜାର ହଜାର ହେକ୍ଟର ଚାଷ ଜମିରେ ପର୍ଯ୍ୟାପ୍ତ ପରିମାଣରେ ପନିପରିବା ଚାଷ ହୋଇ ପାରିବ ବୋଲି ଦିନାଜପୁର ଗ୍ରାମର ଚାଷୀ ନିରାକାର ରାଉତ, ଗୋଲକ ରାଉତ ପ୍ରକାଶ କରିଛନ୍ତି। ଉକ୍ତ ମୁହାଣରେ ସ୍ଲୁଇସ ଗେଟ କୋଠାର, ଫତେପୁର, ଅସୁରାଳୀ, କାଶିମପୁର, ଧୂଷୁରୀ, ଭଟ୍ଟସାହି, ନଦୀଗଁ।, ଦଳାଙ୍ଗ, ଅର୍ଜୁନପୁର, ବୟାଙ୍ଗଡିହି, ରାଧାବଲ୍ଲଭପୁର ପଞ୍ଚାୟତର ହଜାର ହଜାର ଏକର ଚାଷ ଜମିକୁ ମରୁଡି ମୁକ୍ତ କରାଇବ ବୋଲି ପୂର୍ବତନ କୋଠାର ସମିତିସଭ୍ୟ ମନୋରଞ୍ଜନ ମଣ୍ଡଳ ପ୍ରକାଶ କରିଛନ୍ତି। ସ୍ଲୁଇସଗେଟ କରାଗଲେ ପାଣି ଅଟକ ପାଇଁ ଘେରିବନ୍ଧର ଆଉ ଆବଶ୍ୟକତା ନାହିଁ ବୋଲି ସାମାଜିକ କର୍ମୀ ନୃସିିଂହ ତରାଇ ପ୍ରକାଶ କରିଛନ୍ତି । ଏଠାରେ ଗଚ୍ଛିତ ଜଳ ତଳ ମୁଣ୍ଡକୁ ମଧ୍ୟ ପାଣି ମଡାଯାଇ ପାରିବ। କାରଣ ପୂର୍ବରୁ ନାଉଗଡିଆ ପୋଲ, ବାଙ୍କସାହି ଠାକୁରାଣୀ ନିକଟ କଲଭର୍ଟ, ବାଙ୍କସାହି ସ୍କୁଲ ନିକଟରେ ଥିବା କଲଭର୍ଟ ଦେଇ ପୂର୍ବଦିଗକୁ ଗଚ୍ଛିତ ଜଳକୁ ଚାଷୀମାନେ ବ୍ୟବହାର କରିପାରିବେ ବୋଲି ଚାଷୀ ପତ୍ରୀସାହିର ସୁରେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ବନ୍ୟା ଜଳ ନିଷ୍କାସିତ ପାଇଁ ମୁଖ୍ୟ ସ୍ଥାନ ବାଙ୍କସାହି ପୋଲ ନିକଟରେ ଉଚ୍ଚସ୍ଥାନ ଯୋଗୁ ବନ୍ୟାଜଳକୁ ଗଚ୍ଛିତ ରଖାଗଲେ ଏହି ନଦୀ ଜଳ ବାଲିଚତିରି ନଦୀ ଦେଇ ହରିପୁର ଚେକଡ୍ୟାମ ପର୍ଯ୍ୟନ୍ତ ଗଚ୍ଛିତ ରହିବା ସହିତ ସେପଟେ ରେବନଦୀରେ ଜଳ ଅସୁରାଳୀ ପର୍ଯ୍ୟନ୍ତ ଚାଷୀମାନେ ବ୍ୟବହାର କରିପାରିବେ ବୋଲି ବାହାରବିଲର ପୂର୍ବତନ ସେନା କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି ଚାଷୀମାନଙ୍କର ଉକ୍ତ ଦାବି ଯଥାର୍ଥ ସହିତ ପ୍ରଶାସନିକ ଏବଂ ରାଜନୈତିକ ଦୃଷ୍ଟି ଆକର୍ଷଣ ନେଇ କୋଠାର ସରପଞ୍ଚ ଡା. ନିମାଇଁ ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri