Categories: ଜାତୀୟ

ଶୁଟର ଦାଦିଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ୟୁପି ସରକାର

ଲକ୍ଷ୍ନୌ,୭।୯: ଦେଶର ଶୁଟର ଦାଦି ତଥା ଅନ୍ତରାଷ୍ଟ୍ରୀୟ ଖାତି ସମ୍ପନ୍ନ ବିଶ୍ୱର ସବୁଠାରୁ ବୟସ୍କ ମହିଳା ବନ୍ଧୁକଚାଳିକା ଚନ୍ଦ୍ରୋ ତୋମରଙ୍କର ଦିଲ୍ଲୀସ୍ଥିିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସା ଚାଲିଛି। ୮୭ ବର୍ଷୀୟା ଚନ୍ଦ୍ରୋଙ୍କ ଗୋଡରେ ଆଘାତ ହୋଇଥିବା କୁହାଯାଉଛି। ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶନିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁଟର ଦାଦିଙ୍କ ଦେଖାରଖା କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି।

Share