ଶୁଟିଂ ଅନୁଭୂତି ରୋମାଞ୍ଚକର

ଲକ୍ଷ୍ନୌ: ‘ଗୁଲାବୋ ସିତାବୋ’ରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ଶୁଟିଂସେଟ୍‌ ଅନୁଭୂତି ରୋମାଞ୍ଚକର ବୋଲି ବ୍ୟକ୍ତ କରିଛନ୍ତି ଅଭିନେତା ଆୟୁଷ୍ମାନ୍‌ ଖୁରାନା। ସେ ଅତ୍ୟନ୍ତ ଆହ୍ଲାଦିତ ଓ ଆନନ୍ଦିତ ବୋଲି ପ୍ରକାଶ କରିଛନ୍ତି।
ସୁଜିତ ସରକାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆୟୁଷ୍ମାନ୍‌ଙ୍କୁ ବିଗ୍‌ ବି’ଙ୍କ ସହ ଯୋଡିବାର ସୁଯୋଗ ସୃଷ୍ଟି କରିଛି। ଆୟୁଷ୍ମାନ୍‌ ପିଲାଦିନରୁ ବିଗ୍‌ ବି’ଙ୍କର ଜଣେ ଉଚ୍ଚ ପ୍ରଶଂସକ। ତେଣୁ ଆଇକନ୍‌ ଅଭିନେତାଙ୍କଠାରୁ ଆୟୁଷ୍ମାନ୍‌ କିଛି ଭଲଗୁଣ ଗ୍ରହଣ କରିଛନ୍ତି। ମେଗାଷ୍ଟାରଙ୍କ ସହ ଅଭିନୟ ପାଇଁ ସୁଯୋଗ ଦେଇଥିବାରୁ ସେ ସରକାରଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ‘ଭିକି ଡୋନର’ରେ ସୁଜିତ ସାର୍‌ଙ୍କ ସହିତ କାମ କରିବା ଦିନଠାରୁ ତାଙ୍କ ଭଳି ଜଣେ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ସହିତ କାମ କରିବା ପାଇଁ ଇଚ୍ଛା କରୁଥିଲି। ବଲିଉଡରେ ଅମିତାଭ୍‌ ଜଣେ ପୃଥକ ବ୍ୟକ୍ତିତ୍ୱ ଏବଂ ତାଙ୍କର ସ୍ବତନ୍ତ୍ର ସ୍ବର ରହିଛି ବୋଲି ଆୟୁଷ୍ମାନ୍‌ ଏକ ବିବୃତିରେ କହିଛନ୍ତି।
ବି’ଙ୍କ ସହ କାମ କରି ଅପେକ୍ଷାକୃତ ଜଣେ ଭଲ ଅଭିନେତା ହୋଇପାରିବି ବୋଲି ଅନୁଭବ କରୁଛି ଏବଂ ‘ଗୁଲାବୋ ସିତାବୋ’ ନିଶ୍ଚିତ ଭାବେ ମୋତେ ଜଣେ ଭଲ ଅଭିନେତା ହେବାର ସୁଯୋଗ ସୃଷ୍ଟି କରିବ। କାରଣ ଜଣେ ସର୍ବଶ୍ରେଷ୍ଠ କଳାକାରଙ୍କଠାରୁ ଶିକ୍ଷା କରିବାର ସୁଯୋଗ ହାତଛଡା କରୁନାହିଁ। ପ୍ରଥମ ଦିନ ଏକାଠି କାମ କରିବାରେ ଯେଉଁ ଉନ୍ମାଦନା ଓ ଆନନ୍ଦ ମିଳିଛି ତାହା ଭୁଲିପାରିବି ନାହିଁ ବୋଲି ଆୟୁଷ୍ମାନ୍‌ କହିଛନ୍ତି।

Share