ଶୁଟିଂ ବେଳେ ଚେତାଶୂନ୍ୟ ହେଲେ ବରୁଣ ଧଓ୍ବନ

ମୁମ୍ବାଇ: କଳାକାର ହେବ ତ ଅଭିନେତା ବରୁଣ ଧଓ୍ବନଙ୍କ ଭଳି,ଯିଏକି ନିଜ କାମକୁ ଶହେ ପ୍ରତିଶତ ଦେବାକୁ ସର୍ବଦା ଚେଷ୍ଟିତ। ଏଭଳି କିଛି ଚର୍ଚ୍ଚା ଆଜିକାଲି ବଲିଉଡ୍‌ର ଗଳିକନ୍ଦିରେ ହେଉଛି। କଥା କ’ଣ କି..! ନିକଟରେ ନିଜର ଆଗାମୀ ଚଳଚ୍ଚିତ୍ର ‘ଷ୍ଟ୍ରିଟ୍‌ ଡ୍ୟାନ୍ସର’ର ଶୁଟିଂ ସେଟ୍‌ରେ ବରୁଣ ଚେତାଶୂନ୍ୟ ହୋଇଯାଇଥିଲେ। ସ୍ବାସ୍ଥ୍ୟ ଖରାପ ଥିବା ସତ୍ତ୍ୱେ ସେ ଲଗାତାର ଭାବେ କାମ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଥମେ ଥଣ୍ଡାଜ୍ୱର ଏବଂ ପରେ ରକ୍ତଚାପ କମ୍‌ ହେବା ଯୋଗୁ ସେ ଦୁର୍ବଳ ହୋଇଯାଇଥିଲେ। ଫିଲ୍ମଟି ନୃତ୍ୟଭିତ୍ତିକ ହୋଇଥିବାରୁ ବରୁଣଙ୍କୁ ଅଧିକ ସମୟ ରିହର୍ସଲ କରିବାକୁ ପଡ଼ୁଥିଲା। ମଙ୍ଗଳବାର ସେ ଏକ ଦୃଶ୍ୟର ଶୁଟିଂ କରୁଥିବା ସମୟରେ ଚେତା ହରାଇଥିଲେ। ତୁରନ୍ତ ଡାକ୍ତରମାନେ ଆସି ତାଙ୍କର ପରୀକ୍ଷା କରିଥିଲେ। ଜ୍ୱର ଓ ରକ୍ତଚାପ କମ୍‌ ହୋଇଯାଇଥିବା ହେତୁ ଡାକ୍ତର ତାଙ୍କୁ କିଛି ଦିନ ଆରାମ କରିବାକୁ କହିଥିଲେ। ମାତ୍ର ସ୍ବାସ୍ଥ୍ୟରେ ସାମାନ୍ୟ ସୁଧାର ଆସିବା ପରେ ସେ ପୁନର୍ବାର ସେଟ୍‌କୁ ଫେରିଥିଲେ। ଡବଲ ସିପ୍ଟରେ କାମ କରି ସେ ଫିଲ୍ମର ଶୁଟିଂ ଶେଷ କରିଥିଲେ। ବରୁଣଙ୍କ କାମ ପ୍ରତି ଏଭଳି ମନୋଭାବକୁ ଅନେକେ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନସର ଜାଣିବା ପରେ ହିନା ଖାନଙ୍କୁ ଆଉ ବିବାହ କରିବେନି ରକି! ସାମ୍ନାକୁ ଆସିଲା ବଡ଼ ପ୍ରତିକ୍ରିୟା

ମୁମ୍ବାଇ: ‘ୟେ ରିସ୍ତା କ୍ୟା କେହଲତା ହୈ’ ର ଅକ୍ସରା ଭାବେ ପରିଚିତ ହିନା ଖାନ ଜଣେ ଲୋକପ୍ରିୟ ଟିଭି ଅଭିନେତ୍ରୀ । ହିନା ତାଙ୍କ...

ଗର୍ଭବତୀ ଅଛନ୍ତି ସୋନାକ୍ଷୀ! ମେଡିକାଲରେ ପହଞ୍ଚିଲେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କ ବିବାହର ୧୫ ଦିନ ବିତି ନାହିଁ, କିନ୍ତୁ ଅଭିନେତ୍ରୀ ଗର୍ଭବତୀ ଥିବା ଜୋରଦାର ଆଲୋଚନା...

୫୬ ବର୍ଷ ବୟସରେ ପୁଣି ବାପା ହେବାକୁ ଯାଉଛନ୍ତି ଅରବାଜ୍‌ !

ବମ୍ବେ: ବଲିଉଡ୍‌ ଅଭିନେତା ଅରବାଜ ଖାନ୍‌ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। କିଛି ମାସ ପୂର୍ବରୁ ସେ ମେକଅପ୍‌ ଆର୍ଟିଷ୍ଟ ଶୁରା ଖାନ୍‌ଙ୍କୁ ଦ୍ୱିତୀୟ...

ଆଖିବୁଜିଲେ ପ୍ରସିଦ୍ଧ ଅଭିନେତ୍ରୀ

ଉଭୟ ହିନ୍ଦୀ ଏବଂ ବଙ୍ଗାଳୀ ଫିଲ୍ମରେ ଚମତ୍କାର ଅଭିନୟ ପାଇଁ ଜଣାଶୁଣା ପ୍ରଖ୍ୟାତ ଅଭିନେତ୍ରୀ ସ୍ମୃତି ବିଶ୍ୱାସ ନାରଙ୍ଗଙ୍କ ପରଲୋକ ଘଟିଛି। ବୟସ ସମ୍ବନ୍ଧୀୟ ସମସ୍ୟା...

ପୁଣି ପ୍ରଶଂସକଙ୍କୁ ଖୁସିଖବର ଦେଲେ ଆଲିଆ

ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଆଲିଆ ଭଟ୍ଟ ମା’ ହେବାପରେ ସମ୍ପୂର୍ଣ୍ଣ ବଦଳି ଯାଇଛନ୍ତି। ସେ ଆଜିକାଲି ଅଧିକ ସମୟ ଝିଅ ରାହାକୁ ଦେଉଛନ୍ତି। ଏସବୁ ଭିତରେ...

ପାଣ୍ଡ୍ୟାଙ୍କ ସହ ଛାଡପତ୍ର ଚର୍ଚ୍ଚା ମଧ୍ୟରେ ମନର କଥା କହିଦେଲେ ନତାଶା

ଅଭିନେତ୍ରୀ ତଥା ମଡେଲ ନତାଶା ଷ୍ଟାନକୋଭିକ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ଛାଡପତ୍ରର ଗୁଜବ ଅନେକ ଦିନ ହେବ ଚର୍ଚ୍ଚାରେ ରହିଛି। ଏସବୁ ଭିତରେ...

ଟେଲି ଷ୍ଟାର୍‌ କ୍ରିଷ୍ଟଲ, କରନଙ୍କୁ ଇଡି ଜେରା

ମୁମ୍ବାଇ, ୪।୭: ଟଙ୍କା ବଦଳରେ ଅନ୍‌ଲାଇନ ଫରେକ୍ସ ଟ୍ରେଡିଂ ଆପ୍‌ ‘ଅକ୍ଟାଏଫ୍‌ଏକ୍ସ’ ପାଇଁ ପ୍ରଚାର ଅଭିଯୋଗରେ ଟେଲି ଷ୍ଟାର୍‌ କ୍ରିଷ୍ଟଲ ଡିସୁଜା ଓ କରନ ଓ୍ବାହିଙ୍କୁ...

୨୧୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଶତ୍ରୁଘ୍ନ ସିହ୍ନା, ଝିଅ ସୋନାକ୍ଷୀଙ୍କୁ ଏଥିରୁ ଟଙ୍କାଟିଏ ଦେବାକୁ କଲେ ମନା, କାରଣ…

ମୁମ୍ବାଇ: ଆଜିକାଲି ଫିଲ୍ମ ଇଣ୍ଡଷ୍ଟ୍ରିରେ ଶତ୍ରୁଘ୍ନ ସିହ୍ନା ଏବଂ ତାଙ୍କ ପରିବାର ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଜାହିର ଇକ୍‌ବାଲଙ୍କ ସହ ଝିଅ ସୋନାକ୍ଷୀ ସିହ୍ନାଙ୍କ ବିବାହ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri