ଶୁଟିଂ ସେଟ୍‌ରେ ଆହତ ହେଲେ ସାହିଦ

ମୁମ୍ବାଇ: ବକ୍ସ ଅଫିସ୍‌ରେ ଫିଲ୍ମ ‘କବିର ସିଂହ’ ଧମାଲ୍‌ କରିବା ପରେ ବଲିଉଡ୍‌ ଅଭିନେତା ସାହିଦ କପୁର ଏବେ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଜର୍ସି’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ଶୁଟିଂ ଏବେ ଚଣ୍ଡିଗଡ଼ରେ ଚାଲୁଥିବା ବେଳେ ଏକ ଦୁର୍ଘଟଣା ଘଟିଛି। ଶୁଟିଂ ସେଟ୍‌ରେ ସାହିଦ ଆହତ ହୋଇଥିବା ବେଳେ ତାଙ୍କର ୧୩ଟି ଷ୍ଟିଚ୍‌ ପଡ଼ିଛି। ସୂୂଚନାଯୋଗ୍ୟ, ଜର୍ସିର ଏକ ଶର୍ଟ ଦେଉଥିବା ସମୟରେ ବଲ୍‌ଟି ତୀବ୍ର ଗତିରେ ଆସି ତାଙ୍କ ଓଠରେ ବାଜିବାରୁ ରକ୍ତ ବାହାରିବା ସହ ଫୁଲିଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କ ଚିକିତ୍ସା କରି ଓଠରେ ୧୩ଟି ଷ୍ଟିଚ୍‌ ଲଗାଇଥିଲେ। ଏବେ ସାହିଦ ସୁସ୍ଥ ଅଛନ୍ତି। ହେଲେ ୫ଦିନ ପରେ କ୍ଷତସ୍ଥାନକୁ ଦେଖି ସେ କେବେଠାରୁ ଶୁଟିଂ କରିପାରିବେ ସେନେଇ ଜଣାପଡ଼ିବ। ଅପରପକ୍ଷେ ସାହିଦଙ୍କୁ ଆଘାତ ଲାଗିବା ଖବର ଜାଣିବା ପରେ ତାଙ୍କ ସ୍ତ୍ରୀ ମୀରା ଚଣ୍ଡିଗଡରେ ପହଞ୍ଚିଛନ୍ତି।

Share