ଶୁଟିଂ ସେଟ୍‌ରେ କଥା ହେଉ ନ ଥିଲେ ଅଭିନେତ୍ରୀ ଅଭିନେତା, ତଥାପି ହିଟ୍‌ ହୋଇଥିଲା ଏହି ଫିଲ୍ମ

ବଲିଉଡ୍‌ର ୩ ଖାଁ ଏକା ସାଥୀରେ କାମ କରି ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏହି ୩ ଖାଁ ହେଲେ ଶାହାରୁଖ୍‌, ସଲମାନ୍‌ ଏବଂ ଅମୀର। ଆଜି ଫିଲ୍ମ ‘ଅନ୍ଦାଜ ଅପ୍‌ନା ଅପ୍‌ନା’ସହିତ ଜୋଡ଼ା ଏକ କଥା କହିବୁ, ଯାହା ଜାଣିଲେ  ଚକିତ ହେବେ। ଏହି ଫିଲ୍ମରେ ଅମୀର ଏବଂ ସଲମାନ୍‌ ଏକାଠି କାମ କରିଥିଲେ। ଏଥିରେ ଅମୀର, ସଲମାନଙ୍କ ବ୍ୟତୀତ କରିସ୍ମା କପୁର ଏବଂ ରବୀନା ଟଣ୍ଡନ ମୁଖ୍ୟ ଭୂମିକାରେ ଥିଲେ।

ଏକ ସାକ୍ଷାତକାରରେ ରବୀନା କହିଛନ୍ତି, ଫିଲ୍ମ ଶୁଟିଂ ସମୟରେ ଅମୀର ଏବଂ ସଲମାନ୍‌ ଦୁହେଁ ଦୁହିଁଙ୍କ ସହ କଥା ହେଉ ନ ଥିଲେ। ଏପରିକି ସେ ଏବଂ କରିସ୍ମା ମଧ୍ୟ ପରସ୍ପର ମଧ୍ୟରେ କଥା ହେଉ ନ ଥିଲେ। ରବୀନା କୁହନ୍ତି, ଏହି ଫିଲ୍ମ ଶୁଟିଂ ସମୟରେ ଯେତିକି ମଜା ହୋଇଥିଲା, ସେତିକି ସମସ୍ୟା ବି ଉପୁଜିଥିଲା। ଶୁଟିଂ ସେଟ୍‌ରେ କେହି କାହା ସହ କଥା ହେଉ ନ ଥିଲୁ। ସମସ୍ତଙ୍କ ଭିତରେ ଝଗଡ଼ା ଚାଲିଥିଲା।

ଖାଲି ଏତିକି ନୁହେଁ, ଫିଲ୍ମର କ୍ଲାଇମେକ୍ସ ସିନ୍‌ ଶୁଟିଂ ସମୟରେ ଏକ ଖୁଣ୍ଟରେ ଦୁଇ ଅଭିନେତ୍ରୀଙ୍କୁ ବାନ୍ଧି ଦେଇଥିଲେ ରାଜ୍‌ ଜୀ। ତାଙ୍କୁ ଧମକ ବି ଦିଆଯାଇଥିଲା ଯେପର୍ଯ୍ୟନ୍ତ ଦୁଇଜଣ କଥା ନ ହେବେ ସେତେବେଳ ଯାଏ ତାଙ୍କୁ ଖୋଲାଯିବ ନାହିଁ। ଯେତିକି ସିନ୍‌ ଥାଏ ସେତିକି କଥା ପରେ ବନ୍ଦ। କିନ୍ତୁ ଏହି ଫିଲ୍ମ କେମିତି ହେଲା ତାହା ଆମକୁ ଜଣା ନ ଥିଲା। ଫିଲ୍ମଟି ରିଲିଜ୍‌ ପରେ ଏତେ ହିଟ୍‌ ହୋଇଥିଲା ସମସ୍ତେ ଆମକୁ ଭଲ ଅଭିନେତ୍ରୀ ଅଭିନେତା ଭାବେ ଗ୍ରହଣ କରିନେଇଥିଲେ। ଆଉ ଏକ ଖାସ୍‌ କଥା ହେଲା, ରବୀନା ଏହି ଫିଲ୍ମ ଆଜିପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦେଖି ନାହାନ୍ତି। ଭାଗ ଭାଗ କରି ଦେଖିଛନ୍ତି। ଯାହା ଶୁଣି ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Share