ଶୁଟିଂ ସେଟ୍‌ରେ ରେଖାଙ୍କୁ ଜୋର ଜବରଦସ୍ତ ଚୁମ୍ବନ ଦେଇଥିଲେ ଏହି ଅଭିନେତା, କାନ୍ଦିଥିଲେ ମଧ୍ୟ ଛାଡି ନ ଥିଲେ

ପ୍ରସିଦ୍ଧ ଅଭିନେତ୍ରୀ ରେଖା ମାତ୍ର ୪ ବର୍ଷ ବୟସରେ ଶିଶୁ ଅଭିନେତା ଭାବରେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ବଲିଉଡରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ଅନ୍‌ଜାନା ସଫର’। ଏହି ଚଳଚ୍ଚିତ୍ର କରିବା ସମୟରେ ରେଖାଙ୍କୁ ମାତ୍ର ୧୫ ବର୍ଷ ବୟସ ହୋଇଥିଲା। ତେବେ ବୋଲ୍ଡ ବିଷୟବସ୍ତୁ ହେତୁ ଫିଲ୍ମ ସେନ୍ସରରେ ଅଟକି ଯାଇଥିଲା ଏବଂ ୧୦ ବର୍ଷ ପରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ସମୟରେ ରେଖାଙ୍କ ସହ କିଛି ଭୟଙ୍କର ଘଟଣା ଘଟିଥିଲା। ଜଣେ ଅଭିନେତା ତାଙ୍କୁ ୫ ମିନିଟ ପାଇଁ ଜବରଦସ୍ତ ଚୁମ୍ବନ ଦେଇଥିଲେ। ଚଳଚ୍ଚିତ୍ରରେ ରେଖାଙ୍କ ହିରୋ ପ୍ରସିଦ୍ଧ ଅଭିନେତା ବିଶ୍ୱଜିତ୍‌ ଥିଲେ। ଗୋଟିଏ ଦୃଶ୍ୟରେ ତାଙ୍କୁ ରେଖାଙ୍କୁ ଚୁମ୍ବନ ଦେବାକୁ ପଡିଥିଲା, କିନ୍ତୁ ସେ ରେଖାଙ୍କୁ ପ୍ରାୟ ପାଞ୍ଚ ମିନିଟ ଚୁମ୍ବନ ଦେଇ ଚାଲିଥିଲେ। ତାଙ୍କ ସହ ଘଟିଥିବା ଏହି ଘଟଣା ହେତୁ ରେଖା ସେଟରେ କାନ୍ଦୁଥିଲେ। ୟାସିର ଉସମାନଙ୍କ ପୁସ୍ତକ ରେଖା: ଦ ଅନଟୋଲ୍ଡ ଷ୍ଟୋରୀରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି। ଫିଲ୍ମ ‘ଅନ୍‌ଜାନା ସଫର’ରେ ଏକ ରୋମାଣ୍ଟିକ ଗୀତ ପାଇଁ ରେଖା ଏବଂ ବିଶ୍ୱଜିତ୍‌ଙ୍କୁ ଏକ ଚୁମ୍ବନ ଦୃଶ୍ୟ କରିବାକୁ ପଡ଼ିଲା। ଏ ବିଷୟରେ ନିର୍ମାତାମାନେ ରେଖାଙ୍କୁ କିଛି କହି ନ ଥିଲେ। ଶୁଟିଂ ସମୟରେ ତାଙ୍କ ସହିତ କ’ଣ ହେବ ବୋଲି ରେଖା ଜାଣି ନ ଥିଲେ। ସେତେବେଳେ ଯାହା ଘଟିଲା ସେମାନଙ୍କ ପାଇଁ ଏକ ଦୁଃସ୍ବପ୍ନ ପରି ଥିଲା। ଗୀତର ଶୁଟିଂ ଚାଲିଥିଲା ଏବଂ ବିଶ୍ୱଜିତ ରେଖାଙ୍କୁ ଚୁମ୍ବନ ଦେବା ମାତ୍ରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦୃଶ୍ୟ ଶୁଟିଂ ଚାଲିଥିଳେ। ରେଖାଙ୍କ ଆଖିରୁ ଆଖିରୁ ଲୁହ ସ୍ପଷ୍ଟ ଦେଖାଯାଉଥିଲା। ଏହି ଚୁମ୍ବନ ଦୃଶ୍ୟ ପରେ ରେଖା କାନ୍ଦୁଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଲୋକମାନେ ପ୍ରଶଂସା କରିଥିଲେ॥ ଏହି ଘଟଣା ପରେ ରେଖା ତାଙ୍କ ସହ ଘଟିଥିବା ଏହି ଘଟଣାରେ ସ୍ବର ଉତ୍ତୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ପରିଣାମ ଭୟରେ ଚୁପ ରହିଲେ। ଅନ୍ୟପକ୍ଷରେ ନିର୍ଦ୍ଦେଶକ ନିର୍ମାତା କୁଲଜିତ ପାଲ ଏକ ସାକ୍ଷାତକାରରେ କହିଛନ୍ତି ଯେ, ରେଖା ଏହି ଚୁମ୍ବନ ଦୃଶ୍ୟ ବିଷୟରେ ପୂର୍ବରୁ ଜାଣିଥିଲେ ଏବଂ ପରଦାରେ ଚୁମ୍ବନ ଦେବାରେ ତାଙ୍କର ମଧ୍ୟ କୌଣସି ଆପତ୍ତି ନାହିଁ।

 

Share