ଶୁଟିଂ ସେଟ୍‌ରେ ସଲମାନ୍‌ଙ୍କୁ ଡରିଯାଇଥିଲେ ଆଦିତ୍ୟ

ମୋହିତ ସୁରୀଙ୍କ ସୁପରହିଟ୍‌ ଫିଲ୍ମ ‘ଆଶିକି-୨’ରେ ଅଭିନୟ କରି ବଲିଉଡ୍‌ ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ଆଦିତ୍ୟ ରୟ କପୁର। ଏହି ଫିଲ୍ମ ପୂର୍ବରୁ ଆଦିତ୍ୟ ‘ଲଣ୍ଡନ ଡ୍ରିମ୍ସ’, ‘ଆକ୍ସନ ରିପ୍ଲେ’ ଏବଂ ‘ଗୁଜାରିଶ’ରେ କାମ କରିଥିଲେ। ଫିଲ୍ମଗୁଡିକରେ ସେ ସଲମାନ୍‌ ଖାନ୍‌, ଅଜୟ ଦେବଗନ, ଅକ୍ଷୟ କୁମାର ଏବଂ ହ୍ରିତିକ ରୋଶନଙ୍କ କୋ-ଷ୍ଟାର ସାଜିଥିଲେ। ତେବେ ଫିଲ୍ମ ‘ଲଣ୍ଡନ ଡ୍ରିମ୍ସ’ର ଶୁଟିଂ ସମୟରେ ସେ ସଲମାନ୍‌ଙ୍କୁ ବହୁତ ଡରିଯାଇଥିଲେ। ଏ ନେଇ ନିକଟରେ ସେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଲଣ୍ଡନରେ ଫିଲ୍ମରେ ଶୁଟିଂ ଚାଲିଥିବା ବେଳେ ତାଙ୍କର ପ୍ରଥମ ଶଟ୍‌ ହସ୍ପିଟାଲରେ ରଣବିଜୟ ସିଂହ, ସଲମାନ୍‌ ଏବଂ ଅଜୟଙ୍କ ସହ ରହିଥିଲା। ସଲମାନ୍‌ ବେଡ୍‌ରେ ଶୋଇଥିବା ବେଳେ ଆଦିତ୍ୟଙ୍କୁ ତାଙ୍କ ଉପରେ ଜୋର୍‌ରେ ଚିଡିବାର ଥିଲା। ଏହି ଦୃଶ୍ୟଟି ଶୁଟ୍‌ ପାଇଁ ତାଙ୍କୁ ବହୁତ ସାହସ ଜୁଟାଇବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି। ସଲମାନ୍‌ ଏହି ଦୃଶ୍ୟରେ ଆଖି ବନ୍ଦ କରିଥିବାରୁ ସେ ଦୃଶ୍ୟଟିକୁ ଠିକ୍‌ଭାବେ କରିପାରିଥିଲେ। ମାତ୍ର ଏଥିପାଇଁ ତାଙ୍କୁ ଅନେକ ଥର ସଟ୍‌ ଦେବାକୁ ପଡ଼ିଥିଲା। ଏହା ପରେ ସେ ସଲମାନ୍‌ଙ୍କୁ କ୍ଷମା ମାଗିଥିଲେ ବୋଲି କହିଛନ୍ତି।

Share