ଶୁଟିଂ ସେଟ୍‌ରେ ହାତାହାତି ହେଲେ ଅକ୍ଷୟ-ରୋହିତ: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ତାଙ୍କର ଅପ୍‌ କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଳାଇଛନ୍ତି ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ରୋହିତ ସେଟ୍ଟୀ। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅକ୍ଷୟ ଓ ରୋହିତଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓକୁ ଦେଖିଲେ ଲାଗୁଛି ଅକ୍ଷୟ ପୁଣି ଥରେ ରୋହିତଙ୍କ ସହ ଫିଲ୍ମରେ କାମ କରିପାରିବେ ତ। ଏଥିରେ ପ୍ରଥମରୁ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନଜର ଆସିଛନ୍ତି। ଏହାପରେ ଅଭିନେତା ଅକ୍ଷୟ ଓ ନିର୍ଦ୍ଦେଶକ ରୋହିତଙ୍କ ମଧ୍ୟରେ ହାତାହାତି ହେଉଥିବାର ଦେଖିବାକୁ ମିଳିଛି। ଦୁହେଁ ଦୁହିଁଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ନିସ୍ତୁକ ମାଡ ମାରୁଛନ୍ତି। ଦୁଇଜଣଙ୍କ ମଧ୍ୟରେ ଗଣ୍ଡଗୋଳ ଏତେ ବଢ଼ିଯାଇଛି ଯେ, ଶେଷରେ ପୋଲିସ ଆସି ଦୁଇଜଣଙ୍କୁ ବୁଝାସୁଝା କରି ଅଲଗା କରୁଥିବା ନଜର ଆସିଛି। ଏହି ସମସ୍ତ ଦୃଶ୍ୟକୁ ଆଉ କେହି ନୁହଁ ବରଂ କ୍ୟାଟ୍ରିନା ରେକର୍ଡ କରିଥିଲେ। କଥାଟି ହେଲା, ଏହି ଦୃଶ୍ୟ ହେଉଛି ଶୁଟିଂ ସେଟ୍‌ର। ଆଉ ଏହି ଭିଡିଓ ନିଜେ ଅକ୍ଷୟ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ବେଳେ କ୍ୟାପଶନ୍‌ରେ ଲେଖିଛନ୍ତି, ବ୍ରେକିଂ ନ୍ୟୁଜ, ଏଭଳି ଏକ ଝଗଡ଼ା ଯାହା ଆପଣଙ୍କ ଦିନକୁ ମଜାଦାର କରିଦେବ। ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫିଲ୍ମ ସୂର୍ଯ୍ୟବଂଶୀରେ ଅକ୍ଷୟ ‘ବୀର’ ଚରିତ୍ରରେ ଅଭିନୟ କରୁଛନ୍ତି। ଏଥିସହ ଅଭିନେତ୍ରୀ କ୍ୟାଟ୍ରିନା କୈଫ, ଗୁଲଶନ୍‌ ଗ୍ରୋଭର ଓ ସିକନ୍ଦର ଖେର ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମକୁ କରଣ ଜୋହର ଓ ରୋହିତ ସେଟ୍ଟୀ ମିଳିତ ଭାବେ ପ୍ରଯୋଜନା କରୁଥିବା ବେଳେ ୨୦୨୦ ମାର୍ଚ୍ଚ ୨୭ରେ ଏହା ପରାଦାକୁ ଆସିବ।

Share