ଶୁଦ୍ଧିକ୍ରିୟା ପାଇଁ ଟଙ୍କା ଧାର କରି ଫେରିଲେ ବାପା

ଭଞ୍ଜନଗର,୬।୧୧(ଡି.ଏନ.ଏ.): ସୁରଟର ଏକ ରାସ୍ତା ଦୁର୍ଘଟଣାରେ ଭଞ୍ଜନଗର ନିକଟସ୍ଥ ଲଣ୍ଡେଇସାହିର ସୁରଜ ବେହେରାଙ୍କ ଜୀବନ ଚାଲିଗଲା ସତ କିନ୍ତୁ ସେ ବଞ୍ଚାଇଦେଲ ଆଉ ୬ଜଣଙ୍କ ଜୀବନ। ଏହା କେବଳ ସୁରଜଙ୍କ ପିତା ବାବୁଲିଙ୍କ ଯୋଗୁ ସମ୍ଭବ ହୋଇଛି। କିନ୍ତୁ ବୁଧବାର ଗ୍ରାମକୁ ଫେରିବା ପରେ ଗଣମାଧ୍ୟମ ସମ୍ମୁଖରେ ବାବୁଲି ତାଙ୍କ ଦୁଃଖ କହିଥିଲେ। ପ୍ରାୟ ୨୫ ବର୍ଷ ତଳେ ପେଟ ପୋଷିବା ପାଇଁ ପରିବାର ସହ ସୁରାଟ ଯାଇଥିଲି। ସେଠାରେ ସୁରଜ ବଡ଼ ହେବାପରେ ସୂତା କଳରେ କାମ କରୁଥିଲେ। ଗତ ୨୯ ତାରିଖରେ ବସ୍‌ ଧକ୍କାରେ ସେ କୋମାକୁ ଚାଲିଯାଇଥିଲେ। ଦୌନନ୍ଦିନ ୨୨ ହଜାର ଟଙ୍କା ସୁରଟର ଏକ ଘରୋଇ ମେଡ଼ିକାଲରେ ପୁଅର ଚିକିସତ୍ା ପାଇଁ ବାନ୍ଧିବାକୁ ପଡ଼ୁଥିଲା। ପାଖରେ ଗୁଜରାଟ କିମ୍ବା ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ବୀମା କାର୍ଡ଼ ନଥିଲା। ଅର୍ଥ ଅଭାବରୁ ପୁଅକୁ ବଞ୍ଚାଇ ପାରିଲିନି। ଶେଷରେ ବିଭିନ୍ନ ଲୋକ ଏବଂ ଡ଼ାକ୍ତରଙ୍କ ପରାମର୍ଶକ୍ରମେ ପୁଅର ଶରୀରର ବିଭିନ୍ନ ଅଙ୍ଗଦାନ ପାଇଁ ନିଷ୍ପତି ନେଇଥିଲି। ଏହାଦ୍ୱାରା ଆଉ ୬ଟି ପରିବାରରେ ଖୁସି ଫେରିଛି। ଗତ ଶନିବାର ସୁରଜର ଅଙ୍ଗ ଦାନ କରି ଦେଇଥିଲୁ। ବାବୁଲିଙ୍କ ପାଖରେ ରାଶନ କାର୍ଡ଼ଖଣ୍ଡେ ମଧ୍ୟ ସୁରାଟରେ ନାହିଁ। ସୁରାଟର ଆଧାର କାର୍ଡ଼ ଓଡ଼ିଶାର ଭୋଟର କାର୍ଡ଼ ହିଁ ତାଙ୍କ ପରିଚୟ। ପୁଅ ଚାଲିଯିବା ପରେ ଶୁଦ୍ଧିକ୍ରିୟା ପାଇଁ ବୁଧବାର ବାବୁଲି ଓ ପରିବାରର ଅନ୍ୟ ସଦସ୍ୟମାନେ ଭଞ୍ଜନଗରରେ ଆସି ପହଞ୍ଚତ୍ଛନ୍ତି। ଟଙ୍କା ଧାର କରି ଘରକୁ ଫେରିଥିବା ବାବୁଲିଙ୍କ ଭାଇ କୋକ ସୂଚନା ଦେଇଛନ୍ତି।

Share