ଶୁଦ୍ଧ ବାୟୁମଣ୍ଡଳର ଦେଶ ଫିନ୍‌ଲ୍ୟାଣ୍ଡ୍‌

ଭାରତର ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଏବେ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି। କେବଳ ଦିଲ୍ଲୀ ନୁହେଁ, ବାୟୁପ୍ରଦୂଷଣ ଦୃଷ୍ଟିରେ ଦୁନିଆର ସବୁଠୁ ଅଧିକ ପ୍ରଦୂଷିତ ୨୦ ସହର ମଧ୍ୟରେ ୧୦ଟି ଭାରତରେ ରହିଛି। ଏହି ବିଷାକ୍ତ ବାୟୁ ଯୋଗୁ ଲୋକେ ଆଜ୍‌ମା, ସିଓପିଡି, ଫୁସ୍‌ଫୁସ୍‌ କ୍ୟାନସର୍‌ ଏବଂ ହୃଦ୍‌ରୋଗ ଭଳି ଗମ୍ଭୀର ରୋଗ କବଳରେ ଘେରି ରହିଛନ୍ତି। ପ୍ରତିଦିନ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ଦେଖି ଲାଗୁଛି, ବୋଧହୁଏ ଏମିତି କୌଣସି ଗୋଟିଏ ସ୍ଥାନ ଥିବ, ଯିଏ ଏଭଳି ପ୍ରାଣଘାତକ ସମସ୍ୟାରୁ ନିଜକୁ ରକ୍ଷା କରିପାରିଥିବ। ଏକଥା କିନ୍ତୁ ସମ୍ପୂର୍ଣ୍ଣ ସତ। ବିଶ୍ୱରେ ଏମିତି ଏକ ଦେଶ ଅଛି, ଯାହାକୁ ୱାର୍ଲଡ୍‌ ହେଲ୍‌ଥ ଅର୍ଗାନାଇଜେସନ୍‌(ଡବ୍ଲୁଏଚ୍‌ଓ) ପକ୍ଷରୁ ସବୁଠୁ ସ୍ବଚ୍ଛ ବାୟୁ ପ୍ରବାହିତ ସ୍ଥାନ ଭାବେ ବିବେଚିତ କରାଯାଇଛି। ଏଠାରେ ସମ୍ପୂର୍ଣ୍ଣ ଶୁଦ୍ଧ ବାୟୁମଣ୍ଡଳକୁ ଅନୁଭବ କରିପାରିବେ ଆପଣ। ୟୁରୋପୀୟ ଦେଶରେ ଆସୁଥିବା ଏହି ସ୍ଥାନର ନାମ ଫିନ୍‌ଲ୍ୟାଣ୍ଡ୍‌। ଏହା ପଛର କାରଣ ହେଉଛି, ଦେଶର ପରିଷ୍କାର ପରିଚ୍ଛନ୍ନତା ଏବଂ ଯାନବାହନର ସଠିକ୍‌ ଯତ୍ନ। ଏହାସହ ପ୍ରଦୂଷଣ ସୃଷ୍ଟି କରୁଥିବା ଫ୍ୟାକ୍‌ଟ୍ରି ଏବଂ କମ୍ପାନୀକୁ ସହରଠୁ ବହୁ ଦୂରରେ ରହିବା।

Share