ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
କିଛି ମାସ ତଳେ ଦିଲ୍ଲୀରେ ଏକ ଭିଗନ୍ ଫେଷ୍ଟ (ଶୁଦ୍ଧ ଶାକାହାରୀ ଉତ୍ସବ) ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ହଜାର ହଜାର ଯୁବକ, ଧନାଢ଼୍ୟ, ଉଚ୍ଚଶିକ୍ଷିତ ଓ ଉତ୍ସାହୀ ଲୋକ ଯୋଗ ଦେଇଥିଲେ। ବିଶ୍ୱର ବିଭିନ୍ନ ଦେଶରୁ ବକ୍ତାମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ। କିନ୍ତୁ ଏମାନେ ପ୍ରତ୍ୟେକେ ନକଲି ମାଂସ, କସ୍ମେଟିକ ବା ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀର ପ୍ରତିନିଧିତ୍ୱ କରୁଥିଲେ। ସେଥିରେ କେହି ଦାର୍ଶନିକ ନ ଥିଲେ କି ଶୁଦ୍ଧ ଶାକାହାର ଉପତ୍ାଦ କ’ଣ ହୋଇପାରେ ବା କ’ଣ ହେବା ଉଚିତ ତାହା ବୁଝାଇବାକୁ କେହି ଜଣେ ବି ନ ଥିଲେ। ଏହା ଥିଲା ଏକ ଉପଭୋକ୍ତା ଉତ୍ସବ। ଶୁଦ୍ଧ ଶାକାହାରୀ ଆନ୍ଦୋଳନ କିପରି ଶୀଘ୍ର ବ୍ୟାପୁଛି ତାହା ଜାଣି ମୋତେ ଖୁସି ଲାଗୁଛି। ଏହା ‘ଆଉ କିଛି’ କିଣିବା ସମ୍ପର୍କର ହିଁ କଥା। ବୁଝାପଡୁଥିଲା ଯେ, ଏହି ଆନ୍ଦୋଳନ ହୁଏତ ବିଶ୍ୱକୁ ଏକ ଶାନ୍ତ ଓ ସୁଖଦ ସ୍ଥାନରେ ପରିଣତ କରିପାରିବ ତଥା ପ୍ରାଣୀଙ୍କୁ ସୁରକ୍ଷା ଦେଇ ନିର୍ଯାତନା କମ୍ କରିପାରିବ। କିନ୍ତୁ ଏବେ ସୁଦ୍ଧା ଏହା ଏକ ପ୍ୟାଶନ ଷ୍ଟେଟ୍ମେଣ୍ଟ୍ ହୋଇ ରହିଛି। ଆସନ୍ତୁ ଦେଖିବା ଭିଗନିଜ୍ମ ବା ଶୁଦ୍ଧଶାକାହାରବାଦର ପ୍ରଭାବ ଫୁଡ୍ ଇଣ୍ଡଷ୍ଟ୍ରି ଉପରେ କ’ଣ ରହିଛି। ଯଦି ଆମେରିକା ଓ ବ୍ରିଟେନ୍ର ୫ ପ୍ରତିଶତ ଲୋକ ଶାକାହାରୀ ତେବେ ମାଂସ ଖାଇବା ସେହି ଅନୁପାତରେ କମ୍ ହେବା କଥା। କିନ୍ତୁ ଏହା ପରିବର୍ତ୍ତେ ମାଂସାହାରୀଙ୍କ ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧିହୋଇଛି। ଅବଶ୍ୟ ମାଂସ ଉପତ୍ାଦନକାରୀ ଉଦ୍ୟୋଗ ଶୁଦ୍ଧ ଶାକାହାରବାଦକୁ ସହଜରେ ଶୀଘ୍ର ଟଙ୍କା ରୋଜଗାର କରିବାର ଏକ ବାଟ ଭାବି ଜାବୁଡି ଧରିଛି। ସବୁ ମିଟ୍ ଚେନ ସେମାନଙ୍କ ମେନ୍ୟୁରେ ଶାକାହାର ଆଇଟମ୍ ସବୁ ଯୋଗ କରିଛନ୍ତିି। ଭିଗନିଜ୍ମ ଯୋଗୁ କୌଣସି ରେଷ୍ଟୁରାଣ୍ଟ ତା’ର କୌଣସି ଗ୍ରାହକଙ୍କୁ ହରାଇନାହିଁ, ବରଂ ସେମାନେ ନୂଆ ଗ୍ରାହକଙ୍କୁ ଯୋଗ କରିଛନ୍ତି। ଶୁଦ୍ଧ ଶାକାହାରୀମାନେ ମ୍ୟାକ୍ଡେନାଲ୍ଡକୁ ଯାଇ ଭିଗନ୍ ବର୍ଗର ଅର୍ଡର ଦେଉଛନ୍ତି ଯାହା ମ୍ୟାକ୍ଡୋନାଲ୍ଡର ଅଧିକ ଲାଭ ହେବାରେ ସାହାଯ୍ୟ କରୁଛି। ଅର୍ଥନୀତି ଆଡକୁ ଲକ୍ଷ୍ୟ କରନ୍ତୁ। ଗ୍ରେଗ୍ସ ଏକ ମାଂସ କବାବ ରୋଲ ପ୍ରସ୍ତୁତକାରୀ କମ୍ପାନୀ। ଏହା ଭିଗନ୍ କବାବ୍ ରୋଲ ପ୍ରସ୍ତୁତ କରିବା ଆରମ୍ଭ କଲା ଓ ଏହାର ଲାଭ ୫୮ ପ୍ରତିଶତ ବଢ଼ିଗଲା। କିନ୍ତୁ ଯଦି ମାଂସକୁ ଛାଡି ଉଦ୍ଭିଦରୁ ପ୍ରସ୍ତୁତ କବାବ୍ ରୋଲ୍କୁ ଲୋକେ ପସନ୍ଦ କଲେ ତେବେ ଲାଭ ମଧ୍ୟ ସେହିଭଳି ହେବା କଥା। ସେମାନଙ୍କ ମାଂସ ଉପତ୍ାଦ କ’ଣ କମିଯାଇଛି କି? ମାଂସ ଓ ଡାଏରୀ ପିଜା ପ୍ରସ୍ତୁତ କରୁଥିବା କମ୍ପାନୀ ‘ପାପା ଜନ୍ସ’ ବିି ସେହି ଏକା ଦିନରେ ଭିଗନ୍ ପନୀର ରେଞ୍ଜ ଆରମ୍ଭ କରି ଲାଭ କରିଥିଲା। ଆମ ଶୁଦ୍ଧ ଶାକାହାରୀ ଗ୍ରାହକ ବି ସେମାନଙ୍କ କ୍ୟାଟରିଂରେ କେତେ ସୁଖୀ ତାହାକୁ ସୋସିଆଲ ମିଡିଆରେ ସେୟାର କରିବାକୁ ପସନ୍ଦ କରୁଛନ୍ତି।
ପ୍ରତି ସୁପର ମାର୍କେଟ ଏକ ଭିଗନ୍ ବିଭାଗ ଖୋଲିଛନ୍ତି। କିନ୍ତୁ ଏହା ସେମାନଙ୍କର ମାଂସ, ଛେନା କିମ୍ବା ଡାଏରୀ ବିଭାଗ ତୁଳନାରେ କିଛି ବି ନୁହେଁ। ଆଇସ୍କ୍ରିମ୍ ଜ୍ୟାଣ୍ଟଙ୍କର ନନ୍ଡାଏରୀ ଆଇସ୍କ୍ରିମ ରହିଛି, କିନ୍ତୁ ସେମାନେ ଡାଏରୀ ଆଇସ୍କ୍ରିମ ବିକ୍ରି କରୁଛନ୍ତି। ବର୍ଗର କିଙ୍ଗ୍ର ଏବେ ଶାକାହାରୀ ବର୍ଗର ରହିଛି। ଏହା କ’ଣ ଲୋକଙ୍କର ମିଟ୍ ବର୍ଗର ଖାଇବା ଅଭ୍ୟାସକୁ ବଦଳାଇ ପାରିବ? ନା, ବର୍ଗର କିଙ୍ଗ୍ର ଗରାଖ ଯାହାହେଲେ ବି ମିଟ୍ ବର୍ଗର ଖାଇବା ଜାରି ରଖିବେ। ଏଣୁ ଏକାବେଳକେ ଏକାଦ୍ୱାରା ମାଂସାହାରୀ ଓ ଶୁଦ୍ଧ ଶାକାହାରୀମାନେ କମ୍ପାନୀ ପାଖକୁ ଆସିବେ। ଦେଖିବାକୁ ଗଲେ କମ୍ପାନୀଗୁଡିକ ତାଙ୍କ ଗ୍ରାହକ ଆଧାରକୁ ପ୍ରଶସ୍ତ କରିପାରିଛନ୍ତି। ଭିଗନ୍ ମୁଭ୍ମେଣ୍ଟ ପଶୁ ହତ୍ୟାକାରୀଙ୍କୁ ବାହାରେ ରଖିବା ପାଇଁ କାମ କରିବା ଉଚିତ। ବର୍ଗର କିଙ୍ଗ୍, ମ୍ୟାକ୍ଡୋନାଲ୍ଡସ୍ ଏବଂ କେଏଫ୍ସିର ପ୍ରାଣୀଙ୍କ ସୁରକ୍ଷା ଓ ପରିବଶେକୁ ସଫା କରିବା ଲାଗି ଭିଗନ୍ ଉପତ୍ାଦରୁ ଆୟ ହେଉଥିବା ଅର୍ଥ ପାଇଁ ସ୍ବତନ୍ତ୍ର ଫଣ୍ଡ ରହିଛି କି? ନା, ଖାଦ୍ୟ ପାଇଁ ପଶୁହତ୍ୟାରୁ ହିଁ ଏହି କମ୍ପାନୀର କୋଟି କୋଟି ଟଙ୍କାର ବ୍ୟବସାୟ। ସବୁ ଶୁଦ୍ଧ ଶାକାହାରୀ ଲୋକ ପରିବେଶକୁ କ୍ଷତି ପହଞ୍ଚାଉଥିବା ଭୋଜନକୁ ଜାରି ରଖିବା ପାଇଁ ପରୋକ୍ଷରେ ସେମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି। ଯଦି ଏକ ବର୍ଗର ଚେନ୍ ଗୋଟିଏ ଭିଗନ୍ ଅପ୍ସନ ଦେଉଛି ସେମାନଙ୍କୁ ଟଙ୍କା ଦେଇ ତୁମେ ତୁମର ଶୁଦ୍ଧ ଶାକାହାରୀ ମାଂସପେଶୀ ବଳ ଦେଖାଉନାହଁ। ବରଂ ତୁମେ ସେମାନଙ୍କ ପୁଞ୍ଜିପତି ଯନ୍ତାରେ ପଡୁଛ।
ଶୁଦ୍ଧ ଶାକାହାରୀମାନେ ଭାବୁଛନ୍ତି ଯେ, ଆମେ ପ୍ରାଣୀଙ୍କ ସୁରକ୍ଷା ଓ ସ୍ବାଧୀନତା ଏବଂ ପୃଥିବୀର ସୁରକ୍ଷା ଲାଗି କାର୍ଯ୍ୟ କରିବାରେ ଲାଗିଛୁ। କିନ୍ତୁ ତାହା ନୁହେଁ। ତୁମେ ସମସ୍ତେ ସୁପରମାର୍କେଟ ଓ ରେଷ୍ଟୁରାଣ୍ଟ ଚେନ୍ରୁ ଓହରି ଆସି ତୁମ ଟ୍ରଲି ଓ ପାକସ୍ଥଳୀ ଭିଗନ୍ ଉପତ୍ାଦରେ ଭରିଦିଅ, ଦେଖିବ ହଠାତ୍ ଏ ବିଶ୍ୱ ସବୁ ପ୍ରାଣୀଙ୍କ ଲାଗି ଏକ ସୁନ୍ଦର ସ୍ଥାନ ପାଲଟିଯିବ। କିନ୍ତୁ ତୁମେ ଏହି ଶୋଷଣକାରୀଙ୍କୁ ତୁମ ଟଙ୍କା ଦେଇ ଶୋଷଣକୁ ଶେଷ କରୁନାହଁ। ତୁମେ ସମସ୍ତେ ଶୋଷଣର ପ୍ରାୟୋଜକ ସାଜୁଛ। ବୁଝିବାକୁ ପଡିବ ଯେ, ଖରିଦଦାରି ବଢାଇବା ପାଇଁ ଶୁଦ୍ଧ ଶକାହାରୀମାନେ ଏଠାରେ ନାହାନ୍ତି, ବରଂ ଶୋଷଣ ଶେଷ କରିବା ପାଇଁ ଅଛନ୍ତି। ଏକା କମ୍ପାନୀର ଗୋଟିଏ ଉପତ୍ାଦର ଭିନ୍ନ ଭିନ୍ନ ଭର୍ସନ କିଣିବା ପାଇ ଁଗୁରୁତ୍ୱ ଦେଉଛି ବା ପ୍ରୋତ୍ସାହନ ଯୋଗାଉଛି। ସବୁ ଜିନିଷ ସବୁବେଳେ ଶାକାହାର ହୋଇ ରହିଥିଲା। ଏବେ ତାହା ଉପରେ ଶାକାହାର ମୋହର ଲାଗିଯାଇଛି, ଯେମିତି ଭିଗନ୍ ବିଅର, ଭିଗନ୍ ସୋଫା, ଭିଗନ୍ ମସାଜ। ଯାହାକୁ ସୋୟା ପ୍ରୋଟିନ୍ ଶେକ୍ କୁହାଯାଉଥିଲା ତାହା ଏବେ ଭିଗନ୍ ପ୍ରୋଟିନ୍ ଶେକ୍ ହୋଇଯାଇଛି। ଅଧିକ ରେଷ୍ଟୁରାଣ୍ଟ, ପୋଷାକ ଓ କସ୍ମେଟିକ୍ସ ବ୍ରାଣ୍ଡ୍ ଯାହା ହେଉ ନା କାହିଁକି ମୂଳତଃ ଏହା ସବୁ ‘ଗ୍ରୀନ୍ ଓ୍ବାଶିଂ’। ଉଦାହରଣସ୍ବରୂପ ଧନୀ ଶୁଦ୍ଧ ଶକାହାରୀମାନେ କସ୍ମେଟିକ୍ସ ‘ବଡିଶପ୍’ରୁ ହଁି କିଣନ୍ତିି। କିନ୍ତୁ ‘ବଡିଶପ୍’ ମାଲିକ ଲୋରେଲ। ଏହା ବିଶ୍ୱର ସବୁଠୁ ବଡ଼ ପ୍ରାଣୀ ପରୀକ୍ଷକ ଭାବେ ଜଣାଶୁଣା। ଶାକାହାରୀ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବଡିଶପ୍ ଏହାର ଏକ ଆଉଟ୍ଲେଟ। ‘ବେନ୍ ଆଣ୍ଡ୍ ଜେରି’ର ଦୁଗ୍ଧଜାତୀୟ ଉପାଦାନମୁକ୍ତ ଆଇସ୍କ୍ରିମ୍ (ଡାଏରୀ ଫ୍ରି ଆଇସ୍କ୍ରିମ) ନାଁ ଶୁଣିବାକୁ ଭଲ ଲାଗୁଥାଇପାରେ, କିନ୍ତୁ ଏହାର ମାଲିକ ଜୀବହତ୍ୟାର ଖଳନାୟକ ୟୁନିଲିଭର।
ଏଥିରୁ ସ୍ପଷ୍ଟ ଯେ, ଶୁଦ୍ଧ ଶାକାହାରୀ ଗ୍ରାହକଙ୍କୁ ‘ଶାକାହାରୀ ଗ୍ରାହକ ଟ୍ରେନ’ରେ ଯାତ୍ରା କରିବା ପାଇଁ ନିଆଯାଇଛି। ଗତବର୍ଷ ଶାକାହାରୀ ପନୀର ପ୍ରସ୍ତୁତ କରୁଥିବା ଦୟା କମ୍ପାନୀକୁ ଗବେଷଣା ପାଇଁ ଜୀବଙ୍କ ଉପରେ ଅତ୍ୟାଚାର କରୁଥିବା ଏକ ଜାପାନୀ ଫାର୍ମାସ୍ୟୁଟିକାଲ କମ୍ପାନୀକୁ ବିକ୍ରି କରିଦେଲା। ଅନେକ କମ୍ପାନୀ ଶାକାହାର ଉପରେ ତାଙ୍କ ବ୍ୟବସାୟ ଆରମ୍ଭ କରିି ପରେ ତାହାକୁ ବଡ଼ ନନ୍ଭିଗନ୍ କମ୍ପାନୀକୁ ବିକ୍ରି କରିଦେଇଛନ୍ତି। କମ୍ପାନୀଗୁଡିକ ଜୀବମାନଙ୍କ ଅଧିକାର ସମ୍ପର୍କରେ ଆଦୌ ଅବଗତ ନୁହନ୍ତି, ସେମାନେ କେବଳ ସେମାନଙ୍କ ମାଲିକଙ୍କ ସ୍ବାର୍ଥକୁ ହିଁ ଦେଖୁଛନ୍ତି। ଲାଭ ପାଇଁ ପୃଥିବୀ, ମଣିଷ ଓ ଅନ୍ୟ ଜୀବମାନଙ୍କୁ କମ୍ପାନୀ ପୁଞ୍ଜିରୂପରେ ଦେଖୁଛି ଓ ଶୋଷଣ ମଧ୍ୟ କରୁଛି।
ଶୁଦ୍ଧ ଶାକାହାରୀ ଉତ୍ସବ କେବଳ ଖାଦ୍ୟ ଓ ମନୋରଞ୍ଜନ ସମ୍ବନ୍ଧୀୟ ହେବା ଉଚିତ ନୁହେଁ। ଶୁଦ୍ଧ ଶାକାହାରବାଦ ଏକ ଟ୍ରେଣ୍ଡି ଲାଇଫ୍ ଷ୍ଟାଇଲ ବି ନୁହେଁ କିମ୍ବା ଏହା ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ କିଛି ଦେଖାଇ ହେବାର କଥା ନୁହେଁ। ସାମ୍ପ୍ରତିକ ସମୟରେ ଭିଗନ୍ ମ୍ୟାଗାଜିନ ସବୁ ଫୁଡ୍ ରେସିପ ଓ ବିଜ୍ଞାପନ, ଟ୍ରାଭେଲ, କସ୍ମେଟିକ୍ସ ଉପରେ ଆଧାରିତ। କୌଣସି ଗୋଟିଏ ବି ମ୍ୟାଗାଜିନ ଏପରିକି ବ୍ଲଗ୍ ଶାକହାରୀର ବାସ୍ତବ ଲକ୍ଷ୍ୟ ସହ ଯୋଡିବାରେ କାମ କରୁନାହାନ୍ତି। ଶିକ୍ଷା, ସରକାରୀ ନିୟମ, ଜୀବମାନଙ୍କ ଅଧିକାର, ଗଭୀର ଚିନ୍ତାଧାରା ଉପରେ ନଜର ବି ଦେଉନାହାନ୍ତି। ଯୁବକ, ବିଦ୍ରୋହୀ ମନୋଭାବସମ୍ପନ୍ନ ତଥା ‘ଆମତ୍ ଅଭିବ୍ୟକ୍ତି’ ଅନ୍ବେଷଣରେ ଥିବା କଶୋରମାନଙ୍କ ଦ୍ୱାରା ଏବେ ଆପଣାଯାଉଥିବା ଶୁଦ୍ଧ ଶାକାହାରବାଦ ଏକ ଅସ୍ଥାୟୀ ସିଦ୍ଧାନ୍ତ ଭାବେ ଉଭା ହୋଇଛି। ସବୁ ସିଦ୍ଧାନ୍ତ ଭଳି ଦୁର୍ଭାଗ୍ୟବଶତଃ ଏହା କିଶୋରଙ୍କ ଅଧୀନରେ ରହିଛି ଯାହା ବୟସ୍କ ହେଲେ ଅଧିକ ହେବ। ଶୁଦ୍ଧ ଶାକାହାରୀ ହେବା ଏକ ସାଧନ ଯାହାକୁ ପରିବେଶ, ଜଳବାୟୁ ଏବଂ ଜୈବବିବିଧତା ଉପରେ ଥିବା ବ୍ୟବସାୟିକ ପଶୁପାଳନର ପ୍ରଭାବକୁ କମ୍ କରିବା ଲାଗି ବ୍ୟବହାର କରାଯାଇପାରେ। ଆମେ ଖାଦ୍ୟ ଯେଭଳି ବଦଳାଉଛୁ ସେଥିପାଇଁ ଆମେ କ’ଣ ଖାଉଛୁ, ଏହା କିପରି ଉପତ୍ାଦିତ ହେଉଛି, କେତେ ଆମେ ଖାଉଛୁ, ଏହି ସବୁ ପ୍ରଶ୍ନର ଉତ୍ତର ଦରକାର। ଯେତେବେଳେ ଆମେ ଏବକାର କୁଲ୍ ଭିଗନ୍ ଅପ୍ସନ୍କୁ ବାଛୁଛେ ସେଥିପଇଁ ଏହି ସବୁ ପ୍ରଶ୍ନର ଉତ୍ତର ମିଳିପାରିବନି। ଶୁଦ୍ଧଶାକାହାରୀମାନେ କୃତ୍ରିମ ତଥା କ୍ଷଣସ୍ଥାୟୀ ଖାଦ୍ୟ ପ୍ରଣାଳୀରେ ଉଦ୍ଭିଦରୁ ପ୍ରସ୍ତୁତ ଖାଦ୍ୟକୁ କିପରି ଗ୍ରହଣ କରିବେ ସେଥିପ୍ରତି ସତର୍କ ରହିବା ଦରକାର। ଏହି ଖାଦ୍ୟ ଗ୍ରହଣ କରିବା ପରିବେଶ ଯୋଦ୍ଧାମାନଙ୍କର ଜୀବନଶୈଳୀ ନୁହେଁ, ବରଂ ସାଧାରଣ ଭାବେ ଏହା ଉପଭୋକ୍ତା ପସନ୍ଦର ଆଉ ଏକ ମୁଖ୍ୟଧାରା ବୋଲି କୁହାଯାଇପାରେ।
Email: gandhim@nic.in