Categories: ଫୁରସତ

ଶୁଭବେଳାରେ ପିଲା ଜନ୍ମ ପାଇଁ ଆଗୁଆ ଓଟି ବୁକ୍‌ କରୁଛନ୍ତି ଅଭିଭାବକ

ବିବାହ ଉତ୍ସବ, ଜନ୍ମଦିନ କିମ୍ବା ଅନ୍ୟ କୌଣସି ସମାରୋହ ପାଇଁ ହୋଟେଲ, ରିସର୍ଟ ଆଦି ବୁକ୍‌ ହେଉଥିବା ଜାଣିଛନ୍ତି। କିନ୍ତୁ କେବେ ଶୁଣିଛନ୍ତି ଶୁଭବେଳାରେ ଡେଲିଭରି ବା ପିଲା ଜନ୍ମ ପାଇଁ ଓଟି ବୁକ୍‌ କରାଯାଉଛି ବୋଲି। ଅବିଶ୍ୱାସ ଲାଗୁଥିଲେ ମଧ୍ୟ ସତ। ଏମିତି ଦେଖିବାକୁ ମିଳିଛି ଜୟପୁରର କିଛି ମାଟ୍ରିନିଟି ହସ୍ପିଟାଲରେ। ଏଠାରେ ପିଲା ଜନ୍ମ ପାଇଁ ଅଭିଭାବକମାନେ ଡେଲିଭରି ଡେଟ୍‌ର ୧୫ରୁ ୨୦ ଦିନ ପୂର୍ବରୁ ଶୁଭ ମାନୁଛନ୍ତି। ବିଶେଷ ଯୋଗ ଥିବା ସମୟ ଯେମିତି କି ମାତାପିତାଙ୍କ ଜନ୍ମଦିନ ହେଉ କିମ୍ବା ଅନ୍ୟ କୌଣସି ଯୁଗପୁରୁଷଙ୍କ ଜନ୍ମତିଥିକୁ ଶୁଭ ମନାଯାଉଛି। ଫଳରେ ଏହିଦିନରେ ସିଜରିଂ କରାଇ ପିଲା ଜନ୍ମ ଦେବାକୁ ଚାହୁଁଛନ୍ତି ଅଭିଭାବକ। ଏଠାରେ ଥିବା ହସ୍ପିଟାଲଗୁଡ଼ିକରେ ସିଜରିଆନ୍‌ ଡେଲିଭରି ପାଇଁ ୭୫ ହଜାର ନିଆଯାଉଥିବାବେଳେ ଶୁଭ ମୁହୂର୍ତ୍ତରେ ପିଲାଟିଏ ଜନ୍ମ ଦେବାକୁ ଆଉ ଅଧିକ ୧୦ ହଜାର ଟଙ୍କା ପଡ଼ିଥାଏ।

Share