ଶୁଭାରମ୍ଭ କିଛି ନୂଆ ସଙ୍କଳ୍ପ ସହ

ନୂଆ ବର୍ଷ ଆରମ୍ଭରେ ଅନେକେ ନୂଆ ନୂଆ ସଙ୍କଳ୍ପ ନେଇଥାନ୍ତି ଜୀବନକୁ ସରସ ସୁନ୍ଦର କରିବା ପାଇଁ। ବିଶେଷ କରି ଉତ୍ତମ ସ୍ବାସ୍ଥ୍ୟ ସମ୍ପର୍କିତ ଏଭଳି କିଛି ସଂକଳ୍ପ ନିଅନ୍ତୁ ଯାହାକୁ ପାଳନ କରିବା ସହଜ ତଥା ସମ୍ଭବ ହୋଇପାରିବ..

* ପ୍ରତିଦିନ କିଛି ନା କିଛି ଶାରୀରିକ ପରିଶ୍ରମ କରିବା ଲାଗି ଚେଷ୍ଟା କରନ୍ତୁ। ଏଥିଲାଗି ଆପଣ ପ୍ରତ୍ୟେକ ଦିନ କିଛି ସମୟ ଚାଲିବା ଅଭ୍ୟାସ କରନ୍ତୁ ।
* ହଠାତ୍‌ ଜିମ୍‌ ଯିବା ଆରମ୍ଭ ନ କରି ପ୍ରଥମେ ଘରେ କିଛି ସମୟ ଯୋଗ, ଆସନ, ବ୍ୟାୟାମ କରିବାକୁ ଚେଷ୍ଟା କରନ୍ତୁ।
* ଡାଏଟିଂ କରିବାକୁ ଯାଇ ଖାଦ୍ୟର ମାତ୍ରା ହଠାତ ନ କମେଇ ଚେଷ୍ଟା କରନ୍ତୁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ।
* ପ୍ରତ୍ୟେକ ଦିନ ଡାଏଟ୍‌ରେ ସନ୍ତୁଳିତ ଖାଦ୍ୟକୁ ସାମିଲ କରିବା ପାଇଁ ଚେଷ୍ଟା କରନ୍ତୁ।
* ତେଲ ମସଲା ତଥା ଜଙ୍କ ଫୁଡ୍‌ ଖାଇବା କମେଇ ଖାଦ୍ୟରେ ସବୁଜ ପନିପରିବା ତଥା ଫଳକୁ ସାମିଲ କରନ୍ତୁ।
* ଏକା ସାଙ୍ଗେ ବହୁତ ଖାଇବା ଅପେକ୍ଷା କିଛି କିଛି ବ୍ୟବଧାନରେ ଖାଇବା ଭଲ।
* ପ୍ରଚୁର ପରିମାଣରେ ପାଣି ପିଇବାର ଅଭ୍ୟାସ କରନ୍ତୁ।
* ଆବଶ୍ୟକ ମୁତାବକ ନିଦ୍ରା ଯାଆନ୍ତୁ॥