‘ଶୁଭ ମଙ୍ଗଲ ଜାଦା ସାବଧାନ’ର ଟ୍ରେଲର ରିଲିଜ

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ଅପ୍‌ କମିଂ ରୋମାଣ୍ଟିକ ଓ କମେଡି ଫିଲ୍ମ ‘ଶୁଭ ମଙ୍ଗଲ ଜାଦା ସାବଧାନ’ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲର ୨ମିନିଟ୍‌ ୪୧ ସେକେଣ୍ଡର ହୋଇଥିବା ବେଳେ ଏହାକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ଏଥିରେ ଆୟୁଷ୍ମାନ ଜଣେ ସମଲିଙ୍ଗୀ ପୁରୁଷ ଭୂମିକାରେ ନଜର ଆସିଛନ୍ତି, ଏଥିରେ ସେ ଜଣେ ପୁଅଙ୍କୁ ପ୍ରେମ କରୁଥିବା ଦେଖିବାକୁ ମିଳିଛି। ଟ୍ରେଲର ରିଲିଜ ହେବାର କିଛି ସମୟ ମଧ୍ୟରେ ଏହାକୁ ଲକ୍ଷାଧିକ ଲୋକ ଦେଖିସାରିଲେଣି। ଏଥିରେ ଜିତେନ୍ଦ୍ର କୁମାର ଓ ନୀନା ଗୁପ୍ତାଙ୍କ ଭଳି ମଲ୍ଟି ଷ୍ଟାରଙ୍କ ଅଭିନୟ ଦେଖିବାକୁ ମିଳିବ। ଏହି ଫିଲ୍ମ ୨୦୧୭ର ସୁପରହିଟ୍‌ ହୋଇଥିବା ‘ଶୁଭ ମଙ୍ଗଲ ସାବଧାନ’ର ସିକ୍ୱେଲ୍‌। ଏହି ଫିଲ୍ମ ଏକ ସମଲିଙ୍ଗୀ ପ୍ରେମ କାହାଣୀ ଉପରେ ଆଧାରିତ। ଏକ ରୂଢ଼ିବାଦୀ ପରିବାରରେ ସମଲିଙ୍ଗୀ ପ୍ରେମକୁ କିଭଳି ଦେଖାଯାଇଛି ତାହା ଏଥିରେ ପରିବେଷଣ କରାଯାଇଛି। ତେବେ ଫିଲ୍ମର ଟ୍ରେଲରକୁ ଦେଖିବା ପରେ ଦର୍ଶକେ ବହୁ ଉତ୍ସାହର ସହ ଫିଲ୍ମର ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ହିତେଶ କେବଲ୍ୟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଫେବୃୟାରୀ ୨୧ରେ ପରଦାକୁ ଆସିବ।

Share