‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ପୋଷ୍ଟର ରିଲିଜ: ଗେ’ ଭୂମିକାରେ ଆୟୁଷ୍ମାନ

ମୁମ୍ବାଇ: ବଲିଉଡ୍‌ର ଜଣେ ଭର୍ସାଟାଇଲ ଅଭିନେତା ହେଲେ ଆୟୁଷ୍ମାନ ଖୁରାନ୍ନା। ଯେକୌଣସି ଚରିତ୍ରରେ ସେ ଖୁବ୍‌ ସହଜରେ ଢଳି ଯାଇଥାନ୍ତି। ଏପରିକି ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ କମ୍‌ ବଜେଟ୍‌ରେ ମଧ୍ୟ ଭଲ ବ୍ୟବସାୟ କରିଥାଏ। କହିବାକୁ ଗଲେ ହିଟ୍‌ ମଧ୍ୟ ହୋଇଥାଏ। ନିକଟରେ ତାଙ୍କର ଚଳଚ୍ଚିତ୍ର ‘ଡ୍ରିମ୍‌ ଗର୍ଲ’ ରିଲିଜ ହୋଇଥିବା ବେଳେ ଏବେ ଆଗାମୀ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ପୋଷ୍ଟର ରିଲିଜ ହୋଇଛି। ଏଥିରେ ଆୟୁଷ୍ମାନଙ୍କୁ ଜଣେ ଗେ’ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ପ୍ରେମିକ ଭାବେ ଜିତେନ୍ଦ୍ର କୁମାର ନଜର ଆସିବେ। ଜିତେନ୍ଦ୍ର ଜଣେ ୟୁଟ୍ୟୁବ୍‌ ସେନ୍‌ସେଶନ୍‌ ଭାବେ ବେଶ ପରିଚିତ। ସେ ଖଡଗ୍‌ପୁରରୁ ନିଜର ଆଇଟିଆଇ ପଢ଼ା ଶେଷ କରିଛନ୍ତି। ପେସାରେ ଜଣେ ଇଞ୍ଜିନିୟର ହୋଇଥିଲେ ହେଁ ପିଲାଟିବେଳୁ ସେ ଅଭିନୟ କରିବାର ଇଚ୍ଛା ରଖିଥିଲେ। ଚଳଚ୍ଚିତ୍ରଟିରେ ଆୟୁଷ୍ମାନଙ୍କ ସହ ଅଭିନୟ ତାଙ୍କୁ ସଫଳତା ଦେଇପାରେ ବୋଲି କୁହାଯାଉଛି।

Share