ଶୁଳିଆପଦା ବ୍ଲକ୍‌ରେ ସର୍ବାଧିକ ବର୍ଷା

ବାରିପଦା ଅଫିସ,୨୬।୭- ମୟୂରଭଞ୍ଜ ଜିଲାରେ ବୁଧବାର ସନ୍ଧ୍ୟାରୁ ବିଭିନ୍ନ ସମୟରେ ବର୍ଷା ହେଉଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜିଲାରେ ମୋଟ ୪୯୦.୧୮ ମିମି ବର୍ଷା ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଶୁଳିଆପଦା ବ୍ଲକ୍‌ରେ ସର୍ବାଧିକ ୬୪.୨ ମି.ମି ବର୍ଷା ହୋଇଛି। ସେହିପରି ମୋରଡା ବ୍ଲକରେ ୭ ମିମି, ରାସଗୋବିନ୍ଦପୁରରେ ୭ ମିମି, କୁଳିଅଣାରେ ୯.୧ ମିମି, ସାରସକଣାରେ ୨ ମିମି, ବାଙ୍ଗିରିପୋଷିରେ ୫୪.୮ ମିମି, ବାରିପଦାରେ ୫୫ ମିମି, ଖୁଣ୍ଟାରେ ୯ ମିମି, ଗୋପବନ୍ଧୁନଗରରେ ୯ ମିମି, ଉଦଳାରେ ୧୦ ମିମି, କପ୍ତିପଦାରେ ୧୯ ମିମି, ବିଶୋଇରେ ୪ ମିମି, କୁସୁମୀରେ ୪୪ ମିମି, ଜାମଦାରେ ୫ ମିମି, ଯଶିିପୁରରେ ୭.୦୮ ମିମି, କରଞ୍ଜିଆରେ ୯ ମିମି, ଠାକୁରମୁଣ୍ଡାରେ ୨୯ ମିମି, ଶୁକୃଳିରେ ୨୫ ମିମି, ରରୁଆଁରେ ୪୦ ମିମି, ଶାମାଖୁଣ୍ଟାରେ ୫୨ ମିମି, ବଡସାହିରେ ୨୩ ମିମି ଓ ବେତନଟୀ ବ୍ଲକରେ ୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।