ପୁରୀ ଅଫିସ,୨୩।୬: ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ମଙ୍ଗଳବାର ଶୃଙ୍ଖଳାର ସହ ଠିକ ସମୟରେ ଶେଷ ହୋଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଶେଷକରି ସେବାୟତ, ପୁରୀ ଜିଲା ପଶାସନ, ଶ୍ରୀମନ୍ଦିର ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଓ ପୋଲିସକୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ପୁରୀର ଜନସାଧାରଶକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି।
ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଶୃଙ୍ଖଳାର ସହ ଠିକ୍ ସମୟରେ ଶେଷ ହୋଇଛି। ଏହାର ସଫଳ ଆୟୋଜନ ପାଇଁ ବିଶେଷ କରି ସେବାୟତ; ପୁରୀ ଜିଲ୍ଲା, ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ; ସ୍ୱାସ୍ଥ୍ୟ ବିଭାଗ ଏବଂ ପୁରୀ ଜନସାଧାରଣଙ୍କୁ ସେମାନଙ୍କ ସହଯୋଗ ପାଇଁ ଅଶେଷ ଧନ୍ୟବାଦ ଜଣାଉଛି। #ଜୟଜଗନ୍ନାଥ🙏 pic.twitter.com/feIr4PPfm5
— Naveen Patnaik (@Naveen_Odisha) June 23, 2020