ଶେଖ ହାସିନାଙ୍କୁ ହତ୍ୟା ଧମକ ଦେଇଥିବା ନେତା ଦୋଷୀ ସାବ୍ୟସ୍ତ

ବାଲାଂଦେଶ,୩୧।୧୦: ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ହତ୍ୟା ଧମକ ଦେଇଥିବା ବିରୋଧୀ ଦଳର ଜଣେ ନେତାଙ୍କୁ ଏବେ ୩ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ। ବୁଧବାର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଗତବର୍ଷ ଏକ କାର୍ଯ୍ୟକ୍ରମରେ ଗିଆସୁଦ୍ଦିନ କାଦର ଚୌଧୁରୀ ନାମକ ଏହି ନେତା ହାସିନାଙ୍କୁ ହତ୍ୟା ଧମକ ଦେଇଥିଲେ। ସେ ବାଂଲାଦେଶ ନ୍ୟାଶନାଲ ପାର୍ଟିର ଉପାଧ୍ୟକ୍ଷ ଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଏକ କାର୍ଯ୍ୟକ୍ରମରେ ଚୌଧୁରୀ କହିଥିଲେ ହାସିନାଙ୍କ ଭାଗ୍ୟ ତାଙ୍କ ପିତାଙ୍କ ଭାଗ୍ୟଠାରୁ ମଧ୍ୟ ଖରାପ ହେବ। ତେବେ ହାସିନାଙ୍କ ପିତା ବଙ୍ଗାବନ୍ଧୁ ଶେଖ ମୁଜିବୁର ରହମାନଙ୍କୁ ୧୯୭୫ରେ ଗୁଳି କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

Share