ଶେରଗଡ଼କୁ ଆସିଲା ୨ କରୋନା ଆମ୍ବୁଲାନ୍ସ

ଶେରଗଡ଼,୨ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼କୁ କରୋନା ରୋଗୀଙ୍କ ପାଇଁ ଦୁଇଟା ଆମ୍ବୁଲାନ୍ସ ଆସି ପହଞ୍ଚିଛି। ଶେରଗଡ଼ ବିଡିଓଙ୍କ ତତ୍ତ୍ୱାବଧାନରେ ଏହି ଦୁଇଟି ଆମ୍ବୁଲାନ୍ସ ରହିଛି। ଅଦ୍ୟାବଧି ବ୍ଲକର ବିଭିନ୍ନ ଅଞ୍ଚଳରେ ୧୧୧୪ ଶ୍ରମିକ ବାହାରୁ ଆସି ପହଞ୍ଚି ଥିବାବେଳେ ସେମାନେ ସମସ୍ତେ ଆଇସୋଲେଶନରେ ଅଛନ୍ତି। ସେଥିରୁ ୨୯୫ ଜଣଙ୍କ ୧୪ ଦିନ ପୂରିଗଲାଣି। ଯଦି କୌଣସି ରୋଗୀ କରୋନାରେ ଆକ୍ରାନ୍ତ ହୁଅନ୍ତି ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବା ଅଧିକ ଚିକିତ୍ସା ନିମନ୍ତେ ଏହି ଆମ୍ବୁଲାନ୍ସ ବ୍ୟବହାର କରାଯିବ ବୋଲି ବିଡିଓ ସୁରଞ୍ଜନ କୁମାର ସାହୁ କହିଛନ୍ତି। ସେହିପରି ତହସିଲଦାର କାର୍ଯ୍ୟାଳୟକୁ ମଧ୍ୟ ଦୁଇଟି ବୋଲେରୋ ଜିଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ା କହିଛନ୍ତି।