ଶେରଗଡ଼, ୨୪।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ଗୁରୁବାର ସନ୍ଧ୍ୟାରେ ବାହାର ରାଜ୍ୟରୁ ୧୬ଜଣ ବ୍ୟକ୍ତି ଆସି ପହଞ୍ଚିଛନ୍ତି। ସେମାନଙ୍କୁ ନିକଟସ୍ତ ଉଚ୍ଚ ବିଦ୍ୟାଳୟ ଆଇସୋଲେଶନ ଗୃହରେ ରଖାଯାଇଛି। ଏ ନେଇ ବିଡିଓ ସୁରଞ୍ଜନ କୁମାର ସାହୁ ଓ ତହସିଲଦାର ଡ. ଦୟାସିନ୍ଧୁ ପରିଡା ଉକ୍ତ ଆଇସୋଲେଶନ କେନ୍ଦ୍ରଗୁଡିକୁ ଶୁକ୍ରବାର ତଦାରଖ କରି ଫେରିଛନ୍ତି। ବାହାର ରାଜ୍ୟରୁ ଫେରିଥିବା ୧୬ ବ୍ୟକ୍ତି ୧୪ ଦିନ ପର୍ଯ୍ୟନ୍ତ ଉକ୍ତ ଆଇସୋଲେଶନ କେନ୍ଦ୍ରରେ ରହିବେ। ସେମାନଙ୍କର ଖାଇବା ଓ ରହିବା ବ୍ୟବସ୍ଥା ପଞ୍ଚାୟତ ପକ୍ଷରୁ କରାଯାଇଛି। ୧୪ଦିନ ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଘରକୁ ଚଢ଼ାଯିବ ବୋଲି ବିଡିଓ ସାହୁ କହିଛନ୍ତି। ଏନେଇ ଦୁଇ ଅଧିକାରୀ କୁମାରପାଣି, କରଡ଼ାକଣା, କୁରୁଲା, ଅଲାରିଗଡ଼, ନରେନ୍ଦ୍ରପୁର ପଞ୍ଚାୟତକୁ ଯାଇ ତଦାରଖ କରିଥିଲେ।