ଶେରଗଡ଼ରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ଶେରଗଡ,୧୭।୪(ଡି.ଏନ୍‌.ଏ.): ପ୍ରବାଦ ପୁରୁଷ ତଥା ବିଶିଷ୍ଟ ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କର ଶୁକ୍ରବାର ୨୩ତମ ଶ୍ରାଦ୍ଧବାର୍ଷିିକୀ। ଗଞ୍ଜାମ ଜିଲା ଶେରଗଡ଼ରେ ବିଜୁ ବାବୁଙ୍କୁ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ପ୍ରଥମେ ଚାରିଛକରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା। ପରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବାସ ଭବନରେ କର୍ମୀମାନେ ଏକଜୁଟ ହୋଇଥିଲେ ା ବିଜୁ ବାବୁଙ୍କ ଫଟୋରେ ଫୁଲ, ଚନ୍ଦନ ଦେବା ପରେ ଜଣେ ଜଣେକରି ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାବୁଲା କୁମାର ଚୌଧୁରୀ, ବରିଷ୍ଠ ନେତା ହୃଷିକେଶ ପାଢ଼ୀ, ଦୁର୍ଗାମାଧବ ବିଷୋୟୀ, ଗୌରହରି ବିଷୋୟୀଙ୍କ ସମେତ ବହୁକର୍ମୀ ଯୋଗଦେଇଥିଲେ ା