ଶେରଗଡ଼ର ଦେବାଶିଷଙ୍କୁ ରୌପ୍ୟ ପଦକ

ଶେରଗଡ଼,୭ା୧୦(ଡି.ଏନ.ଏ.)- କେରଳରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗଞ୍ଜାମ ଜିଲା ଶେରଗଡ ବ୍ଲକ ଶେରଗଡ଼ ଗ୍ରାମର ଦେବାଶିଷ ମହାନ୍ତି ରୌପ୍ୟ ପଦକ ହାସଲ କରିଛନ୍ତି। ପ୍ରତିଯୋଗିତାରେ ୨୧୦ କି.ଗ୍ରା-୨୧୭ କି.ଗ୍ରା. ଡେଡ ଲିପ୍ଟ ଉଠାଇ ଦ୍ୱିତୀୟ ସ୍ଥାନରେ ରହି ସେ ଏହି ଗୌରବ ଅର୍ଜନ କରିଛନ୍ତି। ରବିବାର ସକାଳେ ଦେବାଶିଷ ଶେରଗଡରେ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ା