Categories: ଗଞ୍ଜାମ

ଶେରଗଡ ସମିତିସଭ୍ୟା ପଦବୀ ଅସିଦ୍ଧ ଘୋଷଣା: ସ୍ଥଗିତାଦେଶ ଆଣିଲେ ବିଜୟୀ ପ୍ରାର୍ଥିନୀ

ଶେରଗଡ,୧ା୯(ଡି.ଏନ.ଏ.)- ଶେରଗଡ ପଞ୍ଚାୟତ ସମିତିସଭ୍ୟା ପଦବୀକୁ ନେଇ ବିବାଦ ଥମୁନି। ପରାଜିତ ପ୍ରାର୍ଥତ୍ନୀ ବିଜୟୀ ପ୍ରାର୍ଥତ୍ନୀଙ୍କ ନିର୍ବାଚନ ଲଢିବାକୁ ବୟସ ହୋଇ ନ ଥିବାରୁ ତାଙ୍କ ପଦବୀକୁ ଅସିଦ୍ଧ ଘୋଷଣା କରିବାକୁ କୋର୍ଟରେ ପିଟିଶନ ଦାଖଲ କରିଥିଲେ। ଫଳରେ କୋର୍ଟ ସମିତିସଭ୍ୟା ପଦବୀକୁ ଅସିଦ୍ଧ ଘୋଷଣା କରି ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିଜୟୀ ଘୋଷିତ କରିବାକୁ ଜିଲା ନିର୍ବାଚନ ଅଧିକାରୀ ତଥା ଗଞ୍ଜାମ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବିଜୟୀ ପ୍ରାର୍ଥତ୍ନୀ ଏହି ରାୟ ବିରୋଧରେ ଉପର କୋର୍ଟରେ ସ୍ଥଗିତା ଦେଶ ଆଣିଛନ୍ତି। ଚଳିତ ମାସ ୧୯ ତାରିଖକୁ ଏହାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି।
ପ୍ରକାଶ ଯେ, ୨୦୧୭ ନିର୍ବାଚନରେ ସମିତିସଭ୍ୟା ଭାବେ ସାଗରିକା ପ୍ରଧାନ ବିଜୟୀ ହୋଇଥିଲେ। ନିର୍ବାଚନ ଲଢିବାକୁ ସର୍ବନିମ୍ନ ବୟସସୀମା ୨୧ ଥିବାବେଳେ ନୋମିନେଶନ ବେଳେ ତାଙ୍କୁ ୨୦ ବର୍ଷ ୯ମାସ ହୋଇଥିବାରୁ ତାଙ୍କ ପଦବୀକୁ ଅସିଦ୍ଧ ଘୋଷଣା କରିବାକୁ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସବିତା ରାଣୀ ଚୌଧୁରୀ ୮ ଅଗଷ୍ଟ ୧୯ରେ ଆସିକା ସିଭିଲଜଜ୍‌ ସିନିୟର ଡିଭିଜନ କୋର୍ଟରେ ପିଟିଶନ ଦାୟର କରିଥିଲେ। ଏହାର ବିଚାର କରି ବିଚାରପତି ସାଗରିକାଙ୍କ ପଦବୀକୁ ଅସିଦ୍ଧ ଘୋଷଣା ସହ ସବିତାରାଣୀଙ୍କୁ ବିଜୟୀ ଘୋଷିତ କରିବାକୁ ଜିଲା ନିର୍ବାଚନ ଅଧିକାରୀ, ଶେରଗଡ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୯ ତାରିଖରେ ଜିଲା ନିର୍ବାଚନ ଅଧିକାରୀ ତଥା ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ କୋର୍ଟ ଆଦେଶ ପ୍ରକାରେ ଶେରଗଡ ସମିତିସଭ୍ୟା ଭାବେ ସବିତାରାଣୀଙ୍କୁ ଘୋଷଣା କରିବା ସହ ଏକ ବିଜ୍ଞପ୍ତି ଜାରି କରି ବ୍ଲକ, ଉପଜିଲାପାଳ, ପଞ୍ଚାୟତ କାର୍ଯ୍ୟାଳୟରେ ଲଟ୍‌କା ଜାରି କରିଥିଲେ। ମାତ୍ର ସାଗରିକା ୧୯ ଅଗଷ୍ଟରେ ଆସିକାସ୍ଥିତ ଅତିରିକ୍ତ ଦୌରାଜଜ୍‌ କୋର୍ଟରେ ତଳକୋର୍ଟ ରାୟକୁ ଚାଲେଞ୍ଜ କରି ଏକ ପିଟିଶନ ଦାୟର କରିଥିଲେ। ୨୯ ଅଗଷ୍ଟରେ ଏହାର ଶୁଣାଣି କରି ବିଚାରପତି ତଳକୋର୍ଟ ଆଦେଶ ଉପରେ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତାଦେଶ ଜାରି କରିଥିଲେ। ଏହାର ନକଲ ଶେରଗଡ ବିଡିଓ, ଗଞ୍ଜାମ ଜିଲାପାଳଙ୍କ ନିକଟକୁ ପ୍ରେରଣ କରାଯାଇଛି।କରିଛନ୍ତି।