Categories: ଜାତୀୟ

ଶେଲ୍‌ କମ୍ପାନୀ ଦେଉଥିଲେ ଚିଦାମ୍ବରମଙ୍କ ଗସ୍ତ ଖର୍ଚ୍ଚ

ନୂଆଦିଲ୍ଲୀ,୨୫ା୮: ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ଗସ୍ତ ଖର୍ଚ୍ଚ କାର୍ତ୍ତି ଚିଦାମ୍ବରମଙ୍କ ନିୟନ୍ତ୍ରଣରେ ଥିବା ଶେଲ୍‌ କମ୍ପାନୀ ଭରଣା କରୁଥିଲେ। କାର୍ତ୍ତିଙ୍କ କମ୍ପାନୀର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାସ୍କର ରମଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଜଣାଇଥିଲେ। ଗତବର୍ଷ ମେ ୨୨ରେ କାର୍ତ୍ତିଙ୍କ ଚେନ୍ନାଇସ୍ଥିତ ଚେସ୍‌ ଗ୍ଲୋବାଲ ଆଡଭାଇଜରୀ ସର୍ଭିସେସ୍‌ କମ୍ପାନୀରୁ ଇଡି କେତେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଓ ହାର୍ଡଡିସ୍କ ଜବତ କରିଥିଲା। ସେହି ସମୟରେ ଜେରାବେଳେ ରମଣ ଉପରୋକ୍ତ ତଥ୍ୟ ଦେଇଥିଲେ। ଜବତ କାଗଜପତ୍ରର ‘କାର୍ଯ୍ୟ’ ସ୍ତମ୍ଭରେ ‘ପିସି ସାର୍‌’ ଲେଖାଥିଲା। ପିସି ଅର୍ଥ ପି. ଚିଦାମ୍ବରମ ବୋଲି ରମଣ କହିଥିଲେ। ଇଡି ରମଣଙ୍କୁ ଗିରଫ କରିଥିବାବେଳେ ଏବେ ସେ ଜାମିନରେ ଅଛନ୍ତି। ତେବେ ଚିଦାମ୍ବରମ ଉକ୍ତ ଅଭିଯୋଗକୁ ଅସ୍ବୀକାର କରିଛନ୍ତି।

Share