Categories: ଜାତୀୟ

ଶେଷରେ ଘରକୁ ବାହୁଡିଲେ ଅଜିତ ପାଓ୍ବାର, କୋଳାଗ୍ରତ କଲେ ସୁପ୍ରିୟା

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏନସିପି ନେତା ଅଜିତ ପାଓ୍ବାର ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାର ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେଉଥିବା ବେଳେ ସବୁ ବିଧାୟକ ଗୃହରେ ପହଞ୍ଚିଛନ୍ତି। ଏନସିପି ସୁପ୍ରିମୋ ଶରଦ ପାଓ୍ବାରଙ୍କ କନ୍ୟା ତଥା ଏମପି ସୁପ୍ରିୟା ସୁଲେ ଗୃହ ବାହାରେ ବିଧାୟକଙ୍କୁ ସ୍ବାଗତ କରିଛନ୍ତି। ବଡ ଭାଇ ତଥା ଏନସିପି ବିଧାୟକ ଅଜିତ ପାଓ୍ବାର ଗୃହରେ ପ୍ରବେଶ କରିବା ପୂର୍ବରୁ ତାଙ୍କୁ କୋଳାଗ୍ରତ କରିଥିଲେ ସୁପ୍ରିୟା। ଦୁହିଁଙ୍କ ମୁହଁରେ ହସ ଦେଖି ଉପସ୍ଥିତ ବିଧାୟକ ମଧ୍ୟ ବେଶ୍‌ ଖୁସି ନଜର ଆସିଥିଲେ। ଏହାସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ସହ ମଧ୍ୟ ସୁଲେ ହାତ ମିଳାଇଥିଲେ। ସୂଚନାଯୋଗ୍ୟ, ନଭେମ୍ବର ୨୩ରେ ପଡନବିସ ଏବଂ ଅଜିତ ପାଓ୍ବାର ଯଥାକ୍ରମେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ସରକାର ୮୦ ଘଣ୍ଟା ବି ପୂରଣ କରିପାରି ନ ଥିଲା। ପରେ ଦୁହେଁ ଇସ୍ତଫା ଦେଇଥିଲେ।

Share