ଶେଷରେ ବରେଲିରେ ହଜିଥିବା ଝୁମକା ମିଳିଲା!

ବରେଲି,୯।୨: ଉତ୍ତର ପ୍ରଦେଶର ବରେଲି ସହର ବେଶ୍‌ ଜଣାଶୁଣା। ୧୯୬୬ରେ ବଲିଉଡ୍‌ ଫିଲ୍ମ ‘ମେରା ଶାୟା’ ରେ ଥିବା ଗୀତ ‘ଝୁମ୍‌କା ଗିରାରେ ବରେଲି କି ବାଜାର ମେ’ ଆଜିବି ଅଭୁଲା ହୋଇ ରହିଛି। ଏବେବି ଏହାକୁ ଶୁଣିଲେ ଲୋକେ ପଚାରନ୍ତି ବରେଲିରେ ହଜିଥିବା ଝୁମକା ମିଳିଲା ନା ନାହିଁ। ଶେଷରେ ଦୀର୍ଘ ୫୪ ବର୍ଷ ପରେ ବରେଲିରେ ହଜିଥିବା ଝୁମକା ମିଳିଯାଇଛି। ରାଜ ଖୋସଲାଙ୍କ ନିର୍ଦ୍ଦେଶିତ ମୁଭିରେ ଥିବା ଏକ ଗୀତରେ ସାଧନାଙ୍କ ଝୁମକା ବରେଲିରେ ହଜିଯାଇଥିଲା ବୋଲି ଚିତ୍ରଣ କରାଯାଇଛି। ଆଉ ଏବେ ବରେଲିରେ ଏକ ପୋଲ ତିଆରି ହେବା ପରେ ଲୋକେ କହୁଛନ୍ତି ଶେଷରେ ବରେଲିରେ ହଜିଥିବା ଝୁମକା ମିଳିଯାଇଛି। କାରଣ ସେହି ପୋଲ ନିକଟରେ ଏକ ଝୁମକା ଆକୃତ୍ତି ନିର୍ମାଣ କରାଯାଇଛି। ଯାହା ଦେଖେଣାହାରୀଙ୍କ ମନ ମୋହୁଛି। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ବରେଲି ଜିଲାର ଏନ୍‌ଏଚ୍‌ ୨୪ରେ ଥିବା ଜିରୋ ପଏଣ୍ଟ ଏବେ ଲୋକଙ୍କୁ ଆକର୍ଷିତ କରୁଛି। କାହିଁକିନା ସେଠାରେ ନିର୍ମାଣ କରାଯାଇଥିବା ଝୁମକା ଦେଖେଣାହାରୀଙ୍କୁ ଆକର୍ଷିତ କରୁଛି।

Share