ଶେଷରେ ମାନିଲା ପାକିସ୍ତାନ: ଆତଙ୍କବାଦୀ ସଂଗଠନକୁ ପାକିସ୍ତାନରେ ଟ୍ରେନିଂ ଦିଆଯାଉଛି

ଇସାଲାମାବାଦ୍‌,୧୩।୯: ଆତଙ୍କବାଦୀ ସଂଗଠନକୁ ପାକିସ୍ତାନରେ ଟ୍ରେନିଂ ଦିଆଯାଉଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଶେଷରେ ସ୍ବୀକାର କରିଛନ୍ତି। ୮୦ ଦଶକରେ ସୋଭିଏଟ ରୁଷ ଆଫଗାନିସ୍ତାନ ଉପରେ କବ୍ଜା କରିଥିବାବେଳେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ମୁଜାହିଦ୍ଦିନଙ୍କୁ ତା’ ବିରୋଧରେ ଜିହାଦ କରିବା ଲାଗି ପ୍ରଶିକ୍ଷଣ ଦେଉଥିଲା। ଏଥିପାଇଁ ଆମେରିକାର ସିଆଇଏରୁ ପାଣ୍ଠି ମିଳୁଥିଲା। ପରେ ଆମେରିକା ଆଫଗାନିସ୍ତାନରେ ସଫଳ ହୋଇ ନ ପାରିବାରୁ ଏବେ ଏବେ ସେହି ଜିହାଦୀଙ୍କୁ ଆତଙ୍କବାଦୀ ବୋଲି କହୁଛି ଆମେରିକା। ଇମ୍ରାନ ଆହୁରି ମଧ୍ୟ କହିଛନ୍ତି, ଆତଙ୍କବାଦୀ ସଂଗଠନ ମୁଜାହିଦ୍ଦିନକୁ ପାକିସ୍ତାନରେ ପ୍ରଶିକ୍ଷଣ ଦିଆଯିବା ସହ ସେମାନଙ୍କ ପିଛାରେ ୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଇମ୍ରାନ କହିଛନ୍ତି।

Share