ଶେଷରେ ମାନିଲା ପାକିସ୍ତାନ: ପୁଲଓ୍ବାମା ଆକ୍ରମଣରେ ରହିଛି ଜୈଶ୍‌ର ହାତ

ଇସଲମାବାଦ, ୨୪।୭: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ଆତଙ୍କବାଦ ସଂଗଠନ ଜୈଶ-ଏ-ମହମ୍ମଦର ହାତ ଅଛି ବୋଳି ସ୍ବୀକାର କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ସ୍ବୀକାର କଲେ ସୁଦ୍ଧା ଇମ୍ରାନ ଏବ ବିବାଦୀୟ ବୟାନ ଦେଇଛନ୍ତି। ଏହି ଆକ୍ରମଣରେ ସ୍ଥାନୀୟ ଆତଙ୍କବାଦୀ ସମ୍ପୃକ୍ତ ଥିଲେ ବୋଲି ସେ କହିଛନ୍ତି। ଜୈଶ-ଏ-ମହମ୍ମଦ କେବଳ ପାକିସ୍ତାନରେ ନୁହେଁ, ଜମ୍ମୁ-କଶ୍ମୀରରେ ମଧ୍ୟ ରହୁଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ପେବୃଆରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସିଆରଏଫର ୪୦ ଜଣ ଯବାନ ଶହୀଦ ହୋଇଥିଲେ।

Share