Posted inଖେଳ

ଶେଷରେ ହାର୍‌ ମାନିବ ପାକିସ୍ତାନ! ଭାରତ କଥା ମାନି…

ନୂଆଦିଲ୍ଲୀ,୧୯।୧୧:ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନ ଦ୍ୱାରା ଆୟୋଜିତ ହେବ। କିନ୍ତୁ ଏହି ଟୁର୍ନାମେଣ୍ଟ ବିଷୟରେ ଏପର୍ଯ୍ୟନ୍ତ କୌଣସି ସମାଧାନ ମିଳିନାହିଁ। ଭାରତୀୟ କ୍ରିକେଟ ଦଳ ପଡୋଶୀ ଦେଶ ଭ୍ରମଣ କରିବାକୁ ମନା କରିସାରିଛି। ଏଥି ସହିତ ପାକିସ୍ତାନ ମଧ୍ୟ ହାଇବ୍ରିଡ ମଡେଲରେ ଏହି ଟୁର୍ନାମେଣ୍ଟ କରିବାକୁ ଚାହୁଁନାହିଁ। ଏହି କାରଣରୁ ଆଇସିସି ଏପର୍ଯ୍ୟନ୍ତ କାର୍ଯ୍ୟସୂଚୀ ଘୋଷଣା କରି ନାହିଁ। ଏହି ଟୁର୍ନାମେଣ୍ଟ ଉପରେ ପାକିସ୍ତାନ କ୍ରିକେଟ ବୋର୍ଡ ବିବୃତ୍ତି ଜାରି ରଖିଛି। ଏସବୁ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏକ ବଡ ପଦକ୍ଷେପ ନେଇଛି।

ଏକ ରିପୋର୍ଟ ଅନୁଯାୟୀ,ଆଇସିସି ଅଧିକାରୀମାନେ ଆସନ୍ତା ବର୍ଷ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ହାଇବ୍ରିଡ ମଡେଲ ଦିଗରେ କାର୍ଯ୍ୟ କରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡକୁ ଅନୁରୋଧ କରିବାକୁ ଚେଷ୍ଟା କରୁଛନ୍ତି। ଏହାର ଅର୍ଥ ଆଇସିସି ଅଧିକାରୀମାନେ ହାଇବ୍ରିଡ ମଡେଲରେ ଏହି ଟୁର୍ନାମେଣ୍ଟ କରିବାକୁ ରାଜି ହେବା ପାଇଁ ପିସିବିକୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି। ଏଥି ସହିତ ହାଇବ୍ରିଡ ମଡେଲ ଟୁର୍ନାମେଣ୍ଟ ପାଇଁ ସର୍ବୋତ୍ତମ ଉପାୟ ଏବଂ ଭାରତୀୟ କ୍ରିକେଟ ଦଳ ବିନା ଆଇସିସି ଟୁର୍ନାମେଣ୍ଟ କାହିଁକି ଆୟୋଜନ କରାଯାଇପାରିବ ନାହିଁ ତାହା ମଧ୍ୟ ଆଇସିସି ବ୍ୟାଖ୍ୟା କରୁଛି। ଏହା ବ୍ୟତୀତ ଆଇସିସି ଅଧିକାରୀମାନେ ମଧ୍ୟ ଭାରତ ବିରୋଧରେ କୌଣସି ବିବୃତ୍ତି ଦେବା ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି।

ଚଳିତ ମାସ ଆରମ୍ଭରେ ଆଇସିସି ପିସିବିକୁ ଲିଖିତ ଭାବରେ କହିଥିଲା ଯେ, ୨୦୨୫ ଆରମ୍ଭରେ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ଭାଗ ନେବାକୁ ଭାରତ ପାକିସ୍ତାନ ଯାତ୍ରା କରିବ ନାହିଁ। ସେହି ଦିନଠାରୁ ଏହି ବିବାଦ ଜାରି ରହିଛି। ରିପୋର୍ଟ ଅନୁଯାୟୀ, ଯଦି ହାଇବ୍ରିଡ ମଡେଲରେ ଚାମ୍ପିଅନ୍ସ ଟ୍ରଫି ଖେଳାଯାଏ, ତେବେ ଟିମ ଇଣ୍ଡିଆର ସମସ୍ତ ମ୍ୟାଚ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ପାକିସ୍ତାନ ବୋର୍ଡ ଚାହୁଁଛି ଯେ, ଭାରତ ପାକିସ୍ତାନ ଗସ୍ତ କରିବ କାରଣ ୨୦୨୩ରେ ଆଇସିସି ଦିନିକିଆ ବିଶ୍ୱକପ ସମୟରେ ପକିସ୍ତାନ ଦଳ ଭାରତ ଯାଇଥିଲା। ଏହାପୂର୍ବରୁ ପାକିସ୍ତାନ ଏସୀୟ ଟ୍ରଫି ଆୟୋଜନ କରିଥିଲା, କିନ୍ତୁ ଏହା ହାଇବ୍ରିଡ ମଡେଲରେ ଆୟୋଜିତ ହୋଇଥିଲା ଯେଉଁଥିରେ ଭାରତ ଶ୍ରୀଲଙ୍କାରେ ମ୍ୟାଚ ଖେଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଦେଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୯।୧୦: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ବିରାଟ କୋହଲିଙ୍କ ଫର୍ମ ତାଙ୍କୁ ଅନେକ ମ୍ୟାଚ ପାଇଁ ସମର୍ଥନ କରୁନାହିଁ। ୨୦୨୪ ବର୍ଷ ମଧ୍ୟ କୋହଲିଙ୍କ ପାଇଁ ଭଲ...

ଆଜିର ଦିନରେ ମଉଳିଥିଲା ବିଶ୍ୱକପ ଆଶା, ଭାଙ୍ଗିଥିଲା ୧୪୦ କୋଟି ଭାରତୀୟଙ୍କ ହୃଦୟ

ନୂଆଦିଲ୍ଲୀ,୧୯।୧୧: ଭାରତୀୟ କ୍ରିକେଟ ଦଳ ଗତ ବର୍ଷ ଅର୍ଥାତ୍‌ ୨୦୨୩ ଏହି ଦିନ (୧୯ ନଭେମ୍ବର) ଦିନିକିଆ ବିଶ୍ୱକପର ଫାଇନାଲ ହରାଇଥିଲା। ଭାରତର ପରାଜୟ ଯୋଗୁ...

ଚାମ୍ପିୟନ୍ସ ଟ୍ରଫି ବିବାଦ: ଆଇସିସିର ସ୍ପଷ୍ଟୀକରଣ ଲୋଡ଼ିଲା ପିସିବି

ଲାହୋର,୧୮ା୧୧(ପି.ଟି.): ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ନ ଯିବା ପାଇଁ ଭାରତ ଘୋଷଣା କରି ସାରିଥିବା ବେଳେ ଆଇସିସିର ସ୍ପଷ୍ଟୀକରଣ ଲୋଡିଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)।...

କୋକେନ ବ୍ୟବହାର କରୁଥିଲେ ଏହି କ୍ରିକେଟର୍‌: ଲାଗିଲା ବ୍ୟାନ୍‌

ନୂଆଦିଲ୍ଲୀ,୧୮।୧୧:ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ଡଗ ବ୍ରେସୱେଲ କୋକେନ ବ୍ୟବହାରକୁ ନେଇ ପାଇଁ ନ୍ୟୁଜିଲାଣ୍ଡର ପୂର୍ବତନ ପେସ୍‌ ବୋଲର ଡଗ୍‌ ବ୍ରେସ୍‌ଓ୍ବେଲ ଇତିମଧ୍ୟରେ କ୍ରିକେଟରୁ ୧ମାସ...

‘ମୁଁ ହୋଇଥିଲେ…’, ରୋହିତ ଶର୍ମା ବାପା ହେବା ଉପରେ ଏମିତି କିଛି କହିଦେଲେ ଟ୍ରାଭିସ ହେଡ୍‌

ନୂଆଦିଲ୍ଲୀ,୧୮।୧୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ରୋହିତ ଶର୍ମା ଖେଳିବେ ନାହିଁ ବୋଲି ନିଶ୍ଚିତ କରିଛନ୍ତି। ତାଙ୍କ ସ୍ଥାନରେ...

ଠକେଇ ମାମଲାରେ ଫସିଲେ ଗୌତମ ଗମ୍ଭୀର: ହାଇକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୮।୧୧:ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଅଡୁଆ ଥମିବାର ନାଁ ଧରୁନି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଏବଂ ଶ୍ରୀଲଙ୍କା ବିପକ୍ଷ ଦିନିକିଆ...

ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ: ଆଇପିଏଲ ନିଲାମରେ ଆୟରଙ୍କୁ କିଣିବ ଏହି ଦଳ

ନୂଆଦିଲ୍ଲୀ,୧୮।୧୧: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୫ ପୂର୍ବରୁ ୬ ଜଣ ଖେଳାଳିଙ୍କୁ ରିଟେନ କରିଛି। କିନ୍ତୁ ଅଧିନାୟକ ଶ୍ରେୟସ ଆୟରଙ୍କୁ ରିଟେନ କରାଯାଇନାହିଁ। ତାଙ୍କୁ...

ଓଡ଼ିଶାରେ ପହଞ୍ଚିଲେ ଚାମ୍ପିୟନ ଟିମ୍‌: ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୧୮ା୧୧: ଚେନ୍ନାଇରେ ଅନୁଷ୍ଠିତ ୧୪ତମ ଜାତୀୟ ସିନିୟର ହକି ଚାମ୍ପିୟନଶିପ୍‌ରେ ହରିୟାଣାକୁ ୫-୧ରେ ହରାଇ ଓଡ଼ିଶା ପୁରୁଷ ଦଳ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଛି।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri