Categories: ଫୁରସତ

ଶେଷ କେମୋ ଭିଡିଓ ଶେୟାର କରି ରାତାରାତି ଷ୍ଟାର୍‌ ପାଲଟିଲେ ମହିଳା

କ୍ୟାନସ୍‌ର ବା କର୍କଟ ଏକ ମାରାତ୍ମକ ରୋଗ। ପ୍ରାରମ୍ଭିକ ସ୍ଥିତିରେ ଏହାର ନିରାକରଣ ସମ୍ଭବପର ହୋଇଥିଲେ ମଧ୍ୟ ରୋଗ ବଢିଗଲେ ଏହାର ନିଦାନ ଅନେକ କ୍ଷେତ୍ରରେ ସମ୍ଭବ ହୋଇ ନ ଥାଏ। ଫଳରେ ରୋଗୀଟି ମୃତ୍ୟୁବରଣ କରିଥାଏ। କ୍ୟାଟି ହେଲେଣ୍ଡ ନାମକ ଜଣେ କ୍ୟାନସର ପୀଡିତା ମହିଳା ନିଜ ଶେଷ କେମୋ ଥେରାପି ଭିଡିଓ ସୋସିଆଲ ମିଡିଆରେ ଶେୟାର କରି ରାତାରାତି ଷ୍ଟାର ପାଲଟି ଯାଇଛନ୍ତି। ନିଜ ଟୁଇଟରରେ ସେ ଏହି ଭିଡିଓ ଶେୟାର କଲାବେଳେ ତାଙ୍କର ମାତ୍ର ୧୨ ଜଣ ଫଲୋଅର୍ସ ଥିଲେ। ଭିଡିଓ ଶେୟାରର ଦୁଇ ଦିନ ଭିତରେ ତାଙ୍କ ଫଲୋଅର୍ସ ସଂଖ୍ୟା ବଢି ୩୦ ହଜାରରେ ପହଞ୍ଚିଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୦ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ୯ ଲକ୍ଷ ୟୁଜର୍ସ ପସନ୍ଦ କରିସାରିଥିବାବେଳେ ୧ ଲକ୍ଷ ରିଟୁଇଟ କରିସାରିଲେଣି।

Share