ରାଜନଗର,୪।୧(ଡି.ଏନ୍.ଏ.): ସରୀସୃପଙ୍କ ନନ୍ଦନକାନନ କୁହାଯାଉଥିବା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଡିସେମ୍ବର ୨୯ ତାରିଖଠାରୁ ବଉଳା କୁମ୍ଭୀର ଗଣନା ଆରମ୍ଭ ହୋଇଥିଲା। ଏ ନେଇ ପର୍ଯ୍ୟଟକଙ୍କ ଲାଗି ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା। ମାତ୍ର ଅଳ୍ପ ସମୟ ପରେ ବଉଳା କୁମ୍ଭୀର ଗଣନା ଶେଷ ହେବ। ଏ ସମ୍ପର୍କରେ ରାଜନଗର ଡିଏଫଓ ବିକାଶ ରଞ୍ଜନ ଦାଶ ବିଶଦ ସୂଚନା ଦେବେ। ଏଣୁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ଥିବା ଜାତୀୟ ଉଦ୍ୟାନ ରବିବାରଠାରୁ ଖୋଲାଯିବାକୁ ଥିବା ବେଳେ ୫ ଓ ୬ ତାରିଖ ଦୁଇଦିନ ବାହାରୁ ଆସୁଥିବା ପକ୍ଷୀମାନଙ୍କ ଗଣନା କରାଯିବ ବୋଲି ସୂଚନା ମିଳିଛି।
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା