ଶେଷ ପର୍ଯ୍ୟାୟରେ ୭୦ ପ୍ରତିଶତରୁ ଅଧିକ ମତଦାନ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ରାଜ୍ୟରେ ଗୁରୁବାର ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଶେଷ ପର୍ଯ୍ୟାୟରେ ସାରା ରାଜ୍ୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ପ୍ରଥମ ଥର ପାଇଁ ମାଲକାନାଗିରିରେ ୭୦ ଶତକଡ଼ା ମତଦାନ ହୋଇଥିବା ଜଣାପଡ଼ିଛି। ରାଜ୍ୟର ଅଳ୍ପ କିଛି ସ୍ଥାନରେ ନିର୍ବାଚନ ବେଳେ ବିଶୃଙ୍ଖଳା ହୋଇଥିବା ସୂଚନା ମିଳିଛି।

Share