Categories: ଜାତୀୟ

ଶେଷ ସମୟରେ ବି ଶକ୍ତି ଦେଖାଇଲା ଭାଜପା

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହେଉଛି। ଏଥର ଆମ ଆଦମୀ ପାର୍ଟି(ଏଏପି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ଶେଷ ଘଣ୍ଟାରେ ମଧ୍ୟ ଶକ୍ତି ଦେଖାଇଛି ଭାଜପା। ଗୁରୁବାର ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ମୁଣ୍ଡକା ବିଧାନସଭା ଅଞ୍ଚଳରେ ପ୍ରଚାର କରିଥିଲେ। ଏହି ରୋଡ ଶୋ’ରେ ତାଙ୍କ ସହ ରେସଲର ତଥା ଭାଜପା ନେତା ଯୋଗଶ୍ୱେର ଦତ୍ତ ଓ ବବିତା ଫୋଗଟଙ୍କୁ ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଭାଜପା ଏପର୍ଯ୍ୟନ୍ତ ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନ ଥିବା ବେଳେ ଏପଟେ ଏଏପି ଭାଜପାକୁ ଟାର୍ଗେଟ କରିଛି। ଏବେ ସମସ୍ତଙ୍କ ନଜର ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ ଉପରେ। ଭୋଟ ଗ୍ରହଣକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ସବୁ ଦଳର ନଜର ଭୋଟରଙ୍କ ଉପରେ।

Share