ଶେଷ ହେଲା ଛେରାପହଁରା, ଆରମ୍ଭ ହେବ ରଥଟଣା

ପୁରୀ ଅଫିସ,୪।୭: ପ୍ରଥମେ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରଥରେ ବିଜେ କରିବା ପରେ ଶେଷ ହୋଇଛି ମଦନମୋହନ ବିଜେ ନୀତି। ଏବେ ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥରେ ଛେରାପହଁରା ନୀତି ସମ୍ପନ୍ନ କରିଛନ୍ତି। ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରାପହଁରା କରିବା ପରେ ଗଜପତି ପ୍ରଭୁ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ଛେରାପହଁରା କରିଛନ୍ତି। ଏହା ପରେ ରଥଟଣା ଲାଗି ଘୋଡ଼ା ଯୋଚାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଚାରମାଳ ଫିଟାଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି।

ଛେରାପହଁରା ନୀତି ସରିବା ଯାଏ ଗଜପତି ଉପବାସ ରହିବାର ପରମ୍ପରା ରହିଅଛି। ଶ୍ରୀନଅରରୁ ଗଜପତି ତାମଜାନରେ ବାହାରିବା ପରେ ତିନିରଥରେ ଛେରାପହଁରା କରିଥା’ନ୍ତି। ଠାକୁରଙ୍କୁ ଦର୍ଶନ ସହ ଆରତି କରି ସୁନା ଚାମର ଆଲଟ ସେବା କରାଯାଇଥାଏ। ଏହାପରେ ସୁନା ଖଡ଼ିକାରେ ସେ ନୀତି ସମ୍ପନ୍ନ କରିଥାନ୍ତି।

Share