ଶେହନାଜ-ସିଦ୍ଧାର୍ଥଙ୍କ ଫଟୋ ଭାଇରାଲ, ୟୁଜର କହିଲେ ଏମିତି

ମୁମ୍ବାଇ : ‘ବିଗ୍‌ବସ-୧୩’ର ପ୍ରତିଯୋଗୀ ଶେହନାଜ ଗିଲ୍‌ ନିଜର ଶୋ’ ‘ମୁଝ୍‌ସେ ଶାଦୀ କରୋଗେ’ରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି। ‘ବିଗ୍‌ବସ’ ଶେଷ ହେବା ପରେ ସେ ଏହି ଶୋ’ ଆରମ୍ଭ କରିଛନ୍ତି। ଏବେ ସୋସିଆଲ ମିଡିଆରେ ଶେୟାର ହୋଇଥିବା ତାଙ୍କର ଏକ ଫଟୋକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଯେଉଁ ଫଟୋରେ ଶେହନାଜ ଏକ ଶିଶୁକୁ କୋଳରେ ଧରିଥିବା ବେଳେ ତାଙ୍କ ସହିତ ସିଦ୍ଧାର୍ଥ ଶୁକ୍ଳା ମଧ୍ୟ ଅଛନ୍ତି। କୁହାଯାଉଛି, ସିଦ୍ଧାର୍ଥ ଲୁଚିଲୁଚି ଶେହନାଜଙ୍କୁ ଦେଖା କରିବାକୁ ଯାଇଥିଲେ। କିନ୍ତୁ ଫଟୋଟି କେତେ ସତ କେତେ ମିଛ ତାହା ତର୍ଜମାରୁ ଜଣାପଡ଼ିଛି। ବିଗ୍‌ବସରୁ ବାହାରି ଶେହନାଜ ମାହି ଗିଲ୍‌ ଏବଂ ଭାନୁଶାଲୀଙ୍କ ଘରକୁ ଯାଇ ତାଙ୍କ ଝିଅ ତାରାଙ୍କୁ କୋଳରେ ଧରିଥିଲେ। ମାହି ଏବଂ ଜୟ ସିଦ୍ଧାର୍ଥଙ୍କର ଭଲ ସାଙ୍ଗ।

ସିଦ୍ଧାର୍ଥ ବିଗ୍‌ବସରେ ତାଙ୍କୁ ସପୋର୍ଟ କରିବାକୁ ପହଞ୍ଚିଥିଲେ। ସୋସିଆଲ ମିଡିଆରେ ଯେଉଁ ଫଟୋ ଭାଇରାଲ ହୋଇଛି, ତାହା ଫେକ୍‌। ଏଥିରେ ସିଦ୍ଧାର୍ଥଙ୍କ ଫଟୋ ଏଡିଟ୍‌ କରାଯାଇ ଯୋଡ଼ାଯାଇଛି। କିନ୍ତୁ କିଛି ଫ୍ୟାନ୍‌ ଏହି ଫଟୋ ଦେଖି ଶେହନାଜଙ୍କୁ କହିଛନ୍ତି, ସିଦ୍ଧାର୍ଥଙ୍କୁ ବିବାହ କରିନିଅନ୍ତୁ। ଏହାର ଉତ୍ତରରେ ଶେହନାଜ କହିଛନ୍ତି, ଆପଣ ସିଦ୍ଧାର୍ଥଙ୍କୁ କୁହନ୍ତୁ ମୋତେ ବିବାହ କରିବା ପାଇଁ। ସିଦ୍ଧାର୍ଥ ବି ଶେହନାଜଙ୍କ ଶୋ’ ‘ମୁଝ୍‌ସେ ଶାଦୀ କରୋଗେ’ରେ ପହଞ୍ଚିଥିଲେ। ଶୋ’ରେ ସିଦ୍ଧାର୍ଥ କହିଛନ୍ତି, ଶେହନାଜଙ୍କ ପରି ଝିଅ ସମସ୍ତଙ୍କୁ ମିଳନ୍ତୁ।

Share