Categories: ଜାତୀୟ

ଶେହଲା ରଶିଦଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ

ଶ୍ରୀନଗର,୬।୯: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ପୂର୍ବତନ ଛାତ୍ରୀ ତଥା ଜମ୍ମୁ-କଶ୍ମୀରର ରାଜନେତା ଶେହଲା ରଶିଦଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ସେନା ବିରୋଧ ଅପପ୍ରଚାର କରିଥିବା ତାଙ୍କ ନାଁରେ ଅଭିଯୋଗ ରହିଛି। ସୂଚନାଯୋଗ୍ୟ,ଅଗଷ୍ଟ ୧୮ ଶେହଲା ଟୁଇଟ କରି କହିଥିଲେ,ଭାରତୀୟ ସେନା କଶ୍ମୀରରେ ଲେକଙ୍କସହ ଅତ୍ୟାଚାର କରୁଛି। ଏଭଳି ଅଭିଯୋଗକୁ ଭାରତୀୟ ସେନା ଖଣ୍ଡନ କରିବା ସହ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିଲା। ଫଳରେ ଦିଲ୍ଲୀର ଏକ ସ୍ବତନ୍ତ୍ର ସେଲ୍‌ ଶେହଲାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରିଛି।

Share