Categories: ବାଣିଜ୍ୟ

ଶେୟାର ବଜାରରେ କରୋନା ପ୍ରଭାବ: ନିବେଶକଙ୍କ ୯ ଲକ୍ଷ କୋଟି ପାଣିରେ ପଡ଼ିଲା

ମୁମ୍ବାଇ,୧୨।୩: କରୋନା ସଂକ୍ରମଣର ପ୍ରଭାବ ଶେୟାର ବଜାର ଉପରେ ପଡ଼ିଛି। ଗୁରୁବାର ସେନସେକ୍ସ୍‌ ୩୧୬୪ ଅଙ୍କ ହ୍ରାସ ପାଇଥିବାବେଳେ ନିଫ୍ଟି ୯୨୪ ଅଙ୍କ ହ୍ରାସ ପାଇଛି। ଗୁରୁବାର ଅପରାହ୍ନ ୨ଟା ୪୫ ସୁଦ୍ଧା ସେନସେକ୍ସ୍‌ ୩୧୬୪.୯୯ ଅଙ୍କ ହ୍ରାସ ପାଇଥିଲା। ସେହିପରି ନିଫ୍ଟି ୯୨୪.୪୫ ଅଙ୍କ ହ୍ରାସ ପାଇ ୯,୫୩୩.୯୫ ଅଙ୍କରେ ପହଞ୍ଚିଥିଲା। ଏହାଦ୍ୱାରା ନିବେଶକଙ୍କ ୯,୧୫,୧୧୩ ଟଙ୍କା ପାଣିରେ ପଡ଼ିଥିବା କୁହାଯାଉଛି। ଜାତିସଂଘ ପକ୍ଷରୁ କରୋନାକୁ ମହାମାରୀ ଘୋଷଣା ପରେ ଶେୟାର ବଜାରରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ୨୦୨୦ ଆର୍ଥିକ ବର୍ଷରେ ଏହାକୁ ମିଶାଇ ଶେୟାର ବଜାରରେ ୭ଥର ଏଭଳି ଅବସ୍ଥା ଦେଖାଦେଇଛି। ଏହା ପୂର୍ବରୁ ଜାନୁୟାରୀ ୬, ଜାନୁୟାରୀ ୨୦, ଫେବୃୟାରୀ ୧, ଫେବୃୟାରୀ ୨୮, ମାର୍ଚ୍ଚ ୬. ମାର୍ଚ୍ଚ ୯ରେ ମଧ୍ୟ ଶେୟାର ବଜାରରେ ସଙ୍କଟ ଦେଖାଦେଇଥିଲା।

Share