ଶେୟାର ବଜାରରେ ଗୋଟିଏ ଦିନରେ ବୁଡ଼ିଗଲା ୩ ଲକ୍ଷ ୪୬ ହଜାର କୋଟି: ଡିଡିଟି ହଟାଇବା ପଡ଼ିଲା ମହଙ୍ଗା

ମୁମ୍ବାଇ,୨।୨: ଚଳିତ ୨୦୨୦-୨୧ ବଜେଟ ଉପସ୍ଥାପନ ପରେ ଶେୟାର ବଜାରରେ ଗୋଟିଏ ଦିନରେ ୩ ଲକ୍ଷ ୪୬ ହଜାର କୋଟି ଟଙ୍କା ବୁଡ଼ି ଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଶେୟାର ବଜାର ସର୍ବନିମ୍ନସ୍ତରରେ ପହଞ୍ଚିଛି। ଶନିବାର ଶେୟାର ବଜାର ଛୁଟିଥିଲେ ମଧ୍ୟ ବଜେଟକୁ ଦୃଷ୍ଟିରେ ଖୋଲା ଯାଇଥିଲା। ତେବେ ଫଳା ସମ୍ପୂର୍ଣ୍ଣ ନୈରାଶ୍ୟ ଜନକ ହୋଇଥିବାରୁ ସେନସେକ୍ସ୍‌ ୭୮୦ ଅଙ୍କ ହ୍ରାସ ୩୯,୩୯୦ସ୍ତରରେ ବନ୍ଦ ହୋଇଥିଲା। ସେହିପରି ନିଫ୍ଟିରେ ୨୦୦ ଅଙ୍କ ହ୍ରାସ ପାଇ ୧୧,୭୪୧.୬୫ରେ ବନ୍ଦ ହୋଇଥିଲା। ଶୁକ୍ରବାର ସେନସେକ୍ସ୍‌ ୪୦,୭୨୩. ୪୯ ଏବଂ ନିଫ୍ଟି ୧୧,୯୬୨.୧୦ ସ୍ତରରେ ବନ୍ଦ ହୋଇଥିବା ବେଳେ ଶନିବାର ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଥିଲା। ଲାଭାଶଂ ବିତରଣ ଟିକସ(ଡିଡିଟି) ହଟାଇବା ଯୋଗୁ ଶେୟାର ବଜାରରେ ଏଭଳି ସ୍ଥିତି ହୋଇଛି। କମ୍ପାନୀଗୁଡ଼ିକର ସୁବିଧା ପାଇଁ ଏଭଳି କରାଯାଇଥିଲେ ମଧ୍ୟ ଏହାର ପ୍ରଭାବ ସିଧାସଳଖ ଶେୟାର ଧାରକଙ୍କ ଉପରେ ପଡ଼ିବ ବୋଲି କୁହାଯାଉଛି।

Share