ଶେୟାର ବଜାରରେ ନୈରାଶ୍ୟ: ସେନସେକ୍ସ୍‌ ୭୮୦ ଅଙ୍କ ହ୍ରାସ; ମୋଦି ସରକାରଙ୍କ ୭ ବଜେଟରେ ୫ ଥର ସଙ୍କଟ

ମୁମ୍ବାଇ,୧।୨: ଚଳିତ ୨୦୨୦-୨୧ ବଜେଟ ଉପସ୍ଥାପନ ପରେ ଶେୟାର ବଜାରରେ ନୈରାଶ୍ୟ ଖେଳି ଯାଇଛି। ଫଳରେ ସେନସେକ୍ସ୍‌ ୭୮୦ ଅଙ୍କ ହ୍ରାସ ପାଇଛି। ଶେୟାର ବଜାର ୩୯,୩୯୦ସ୍ତରରେ ବନ୍ଦ ହୋଇଛି। ସେହିପରି ନିଫ୍ଟିରେ ୨୦୦ ଅଙ୍କ ହ୍ରାସ ପାଇଛି। ନିଫ୍ଟି ୧୧,୭୪୧.୬୫ରେ ବନ୍ଦ ହୋଇଛି। ଶୁକ୍ରବାର ସେନସେକ୍ସ୍‌ ୪୦,୭୨୩. ୪୯ ଏବଂ ନିଫ୍ଟି ୧୧,୯୬୨.୧୦ ସ୍ତରରେ ବନ୍ଦ ହୋଇଥିଲା। ସୂଚନାଯୋଗ୍ୟ, ଚଳିତ ଥର ବଜେଟକୁ ମିଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ୭ଥର ବଜେଟରେ ୫ ଥର ଶେୟାର ବଜାରରେ ସଙ୍କଟ ଦେଖାଦେଇଛି। ପୂର୍ବରୁ ୨୦୧୪ ଜୁଲାଇ ୧୦, ୨୦୧୬ ଫେବୃୟାରୀ ୨୯, ୨୦୧୮ ଫେବୃୟାରୀ ୧ ଏବଂ ୨୦୧୯ ଜୁଲାଇ ୫ରେ ବଜେଟ ଉପସ୍ଥାପନ ପରେ ଶେୟାର ବଜାରରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଏବେ ପୁଣି ଥରେ ଏହାର ପୁନରାବୃତ୍ତି ହୋଇଛି।

Share