Categories: ଜାତୀୟ

ଶୈବପୀଠରେ ପୂଜାର୍ଚ୍ଚନା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୧।୨: ମହାଶିବରାତ୍ରୀ ଅବସରରେ ଶୁକ୍ରବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଶୈବ ପୀଠକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିରରେ ଜଳାଭିଷେକ କରିବା ସହ ପୁଷ୍ପାଞ୍ଜଳି ଦେଇଥିଲେ। ମୁଖ୍ୟମନ୍ତ୍ରୀ ଗସ୍ତକୁ ନେଇ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ମହାଶିବରାତ୍ରୀ ଉପଲକ୍ଷେ ଆଦିତ୍ୟନାଥ ଟୁଇଟ ଯୋଗେ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ଭଗବାନ ଭୋଳାଶଙ୍କର ସମସ୍ତଙ୍କ ଉପରେ କୃପା କରିବା ସହ ସମସ୍ତ ଜଗତର କଲ୍ୟାଣ କରନ୍ତୁ। ‘ହର୍‌ ହର୍‌ ମହାଦେବ’ ବୋଲି ସେ କହିଛନ୍ତି।

Share